ଓଡ଼ିଶା

ଯେତିକି ପାଠ ପଢାଯାଇଛି ସେତିକି ପାଠକୁ ନେଇ ପରୀକ୍ଷା କରାଯାଇପାରେ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ପରୀକ୍ଷା ନେଇ ଏପ୍ରିଲ ୩୦ ତାରିଖ ପରେ ନିଷ୍ପତ୍ତି ନିଆଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । ସରକାର ଚାହାଁନ୍ତି ପରୀକ୍ଷା ହେଉ, କିନ୍ତୁ କରୋନା ପାଇଁ ଏପ୍ରିଲ୍ ୩୦ ତାରିଖ ଯାଏ ସ୍କୁଲ ବନ୍ଦ ରହିଛି । ଏପ୍ରିଲ ୩୦ ତାରିଖ ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି । ଅନ୍ୟପକ୍ଷରେ ଘରୋଇ ସ୍କୁଲ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଛି । ଏପ୍ରିଲ ୨୩ଯାଏ ଅବଧି ବଢ଼ାଇଛନ୍ତି ସରକାର । ରାଜ୍ୟରେ ମୋଟ୍ ୪ହଜାର ସ୍କୁଲରୁ ୫୦୦ସ୍କୁଲ ଏବେ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି । ତୁରନ୍ତ ପଞ୍ଜୀକରଣ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥନ୍ତି । ଏହା ସହ ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରାଛତ୍ରୀଙ୍କ ପାଇଁ ପଞ୍ଜୀକରଣ ତାରିଖ ଏପ୍ରିଲ ୩୦କୁ ବୃଦ୍ଧି କରାଯାଇଛି । ପଞ୍ଜୀକରଣ ଦ୍ୱାରା ଛାତ୍ରଛାତ୍ରୀ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବେ ।

Tags
Show More

Related Articles

Back to top button
Close