ଦେଶ ବିଦେଶସ୍ୱାସ୍ଥ୍ୟ

ପାଚିଲା ପଣସ ସହିତ ତାର ମଞ୍ଜିରେ ରହିଛି ଅନେକ ଲାଭ ଦାୟକ ଗୁଣ : ଆସନ୍ତୁ ଜାଣିବା ସେଗୁଡିକ କଣ

ପଣସ ପାଚିଲେ ଅଧିକାଂଶ ଲୋକ ଏହାକୁ ଖାଇବା ପାଇଁ ପସନ୍ଦ କରି ନଥାନ୍ତି l ପଣସରେ ଭରପୁର ମାତ୍ରାରେ ପ୍ରୋଟିନ ,ଭିଟାମିନ-ବି ଓ ପୋଟାସିୟମ ରହିଛି l ଆମେ ସମସ୍ତେ ପାଚିଲା ପଣସ ଖାଇବା ପରେ ତାର ମଞ୍ଜିକୁ ଖାଇବା ପାଇଁ ଇଛା କରି ନଥାଉ

ବହୁତ କମ ଲୋକ ଅଛନ୍ତି ଯେଉଁମାନେ ପଣସ ମଞ୍ଜିକୁ ଖାଇ ଥାନ୍ତି l ପଣସ ଅପେକ୍ଷା ପଣସ ମଞ୍ଜିରେ ଅନେକ ପୋଷକତତ୍ୱ ରହିଛି l ସେଗୁଡିକ ହେଲା ଜିଙ୍କ ,ଆଇରନ ,କ୍ୟାଲସିୟମ ,କପର ,ପୋଟାସିୟମ ଓ ମ୍ୟାଗନେସିୟମ ଇତ୍ୟାଦି l ପାଚନ ତନ୍ତ୍ରର ସମସ୍ୟା ସହିତ ଯୋଡି ହୋଇଥିବା ସବୁ ଅସୁବିଧାକୁ ପଣସ ମଞ୍ଜି ଦୂର କରିଥାଏ l

* ମାନସିକ ଉତେଜନା ଓ ତ୍ୱଚାର ସମସ୍ୟା ପାଇଁ ପଣସ ମଞ୍ଜି ଲାଭ ଦାୟକ ଅଟେ l ପଣସ ମଞ୍ଜିରେ ଉଚ ମାତ୍ରାରେ ପ୍ରୋଟିନ ଓ ମାଇକ୍ରୋ ନିୟୁଟ୍ରେସନ ରହିଛି l ଯାହା ମାନସିକ ଉତେଜନାକୁ କମ କରିଥାଏ l ଏହା ଚର୍ମର ବିଭିନ୍ନ ରୋଗକୁ ଦୂର କରିଥାଏ l କେଶ ପାଇଁ ମଧ୍ୟ ପଣସ ମଞ୍ଜିର ଉପଯୋଗ ଆୟୁର୍ବେଦରେ କରାଯାଇଥାଏ l

* ପ୍ରତେକ ଦିନ ପଣସ ମଞ୍ଜି ଖାଇବା ଦ୍ୱାରା ଶରୀରରେ ଆଇରନର ମାତ୍ର ବଢିଥାଏ l ପଣସ ସହିତ ପଣସ ମଞ୍ଜିର ବ୍ୟବହାର ଆୟୁର୍ବେଦରେ ରକ୍ତହୀନତା ପାଇଁ କରାଯାଇଥାଏ l ଆଇରନ ଆପଣଙ୍କ ମସ୍ତିଷ୍କକୁ ଓ ହୃତପିଣ୍ଡ କୁ ସୁସ୍ଥ ଓ ମଜବୁତ ରଖିଥାଏ l ଏହା ବ୍ୟତୀତ ରକ୍ତ ହୀନତାକୁ ଦୂର କରେ l

* ପଣସ ମଞ୍ଜି ପାଚନ ତନ୍ତ୍ର ସହିତ ଯୋଡି ହୋଇଥିବା ସମସ୍ତ ସମସ୍ୟାକୁ ଦୂର କରିଥାଏ l ଆୟୁର୍ବେଦରେ ପେଟ ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବା ପାଇଁ ପଣସ ମଞ୍ଜି ଗୁଣ୍ଡାରା ବ୍ୟବହାର କରାଯାଏ l ଏହାକୁ ନିୟମିତ ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ l

* ପଣସ ମଞ୍ଜିରେ ଭିଟାମିନ-ଏ ରହିଛି ,ଯାହା ଆଖିର ଦୃଷ୍ଟିଶକ୍ତି ବଢାଇବା ପାଇଁ ସାହାଯ୍ୟ କରିଥାଏ l ଭିଟାମିନ-ଏ ଆଖି ପାଇଁ ଜରୁରୀ ପୋଷକତତ୍ୱ ଅଟେ l ଭିଟାମିନ-ଏ କାରଣରୁ ଆପଣଙ୍କ କେଶ ମଧ୍ୟ ସୁସ୍ଥ ରହିଥାଏ l

Show More

Related Articles

Back to top button