Breaking PLUSଓଡ଼ିଶାମୁଖ୍ୟ ଖବର

କଡ଼ାକଡ଼ି ହେଲା ମାସ୍କ ପିନ୍ଧିବା, ନ ପିନ୍ଧିଲେ ଗଣିବେ ୨ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ିଥିବା ବେଳେ ମାସ୍କ ପିନ୍ଧିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଆଜିଠାରୁ ରାଜ୍ୟରେ ୧୪ ଦିନ ଲାଗି ମାସ୍କ ଅଭିଯାନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେବା ସହ ମାସ୍କ ନପିନ୍ଧିଲେ ୨ ଗୁଣ ଜରିମାନା ଦେବାକୁ ପଡ଼ିବ ବୋଲି କହିଛନ୍ତି । ଏହାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍-୧୯ ନିୟମାବଳୀରେ ସଂଶୋଧନ କରାଯାଇଛି ।

ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦ୍ୱିତୀୟ ଥର ଧରାପଡ଼ିଲେ ୨ହଜାର ଟଙ୍କା ଦେବେ । ତା’ପରେ ସମାନ ଭୁଲ୍ ପାଇଁ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ପୂର୍ବରୁ ପ୍ରଥମ ଥର ମାସ୍କ ପିନ୍ଧିନଥିବା ବେଳେ ଧରାପଡ଼ିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା । ସଂଶୋଧିତ ଜରିମାନା ତତ୍କାଳ ଲାଗୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ମୁଁ ମାସ୍କ ପିନ୍ଧୁ ନ ଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି, ସେମାନଙ୍କ ଠାରୁ ୨ ଗୁଣ ଜରିମାନା ଆଦାୟ କରାଯିବ। ଦେଶର ଅନ୍ୟ ରାଜ୍ୟରେ ଲକ୍‌ଡାଉନ୍‌ ଓ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହୋଇଯାଇଛି। ଆମେ କଟକଣା ମାନିଲେ ଏସବୁର ଦରକାର ପଡ଼ିବ ନାହିଁ। ଆସନ୍ତୁ ଆମେ ଆଜିଠାରୁ ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କରିବା। ଏହି ସମୟରେ କଡ଼ାକଡ଼ି ଭାବେ ମାସ୍କ ପିନ୍ଧିବା ନିୟମ ପାଳନ କରିବା। ତେବେ ଏହା ଏକ ଅଭ୍ୟାସରେ ପରିଣତ ହୋଇଯିବ। ପୂରା ନାକ ଓ ମୁହଁକୁ ବନ୍ଦ କରି ମାସ୍କ ପିନ୍ଧିବା। ତେବେ କରୋନାକୁ ଜିତି ପାରିବା।

Tags
Show More

Related Articles

Back to top button
Close