ଜୀବନଚର୍ଯ୍ୟା

ଗବେଷକ ମାନଙ୍କ ମତରେ ମୁଖମଣ୍ଡଳର କୁଞ୍ଚନକୁ ଦୂର କରିବା ପାଇଁ ଏହି ସବୁ ଜିନିଷ ଖାଦ୍ୟରେ ସାମିଲ କରନ୍ତୁ

ମଣିଷ ଶରୀରର ସବୁଠାରୁ ମହତ୍ୱ ପୁର୍ଣ ଜିନିଷ ହେଉଛି ମୁଖମଣ୍ଡଳ l ଆମେ ଯାହାକୁ ଦେଖିଥାଉ ତାର ମୁଖମଣ୍ଡଳ ଉପରେ ଆମର ସର୍ବ ପ୍ରଥମେ ନଜର ପଡିଥାଏ l ତେଣୁ ଏହି ମୁଖମଣ୍ଡଳ ସବୁବେଳେ ସତେଜ ଓ ସୁନ୍ଦର ଦେଖାଯିବl ନିହାତି ଜରୁରୀ l ଆଜିକାଲି ମଧ୍ୟ ସମସ୍ତେ ସେଥିପାଇଁ ଅତ୍ୟନ୍ତ ସଚେତନ ଅଟନ୍ତି

ଆମେ କେବେଳ ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ଆମ ପାଇଁ ଯଥେଷ୍ଟ ନୁହେଁ ,ସେଥିପାଇଁ ଆମକୁ ନିଜ ଖାଦ୍ୟରେ ମଧ୍ୟ କିଛିଟା ଜିନିଷ ସାମିଲ କରିବାକୁ ପଡିବ ଆସନ୍ତୁ ଜାଣିବା l

* ଦେଶୀ ଘିଅ -ଯଦି ଆପଣ ନିଜ ଚର୍ମରେ କୁଞ୍ଚନ କମ କରିବାକୁ ଚାହୁଁଛନ୍ତି ତେବେ ପ୍ରତେକଦିନ ନିଜ ଖାଦ୍ୟରେ ଦେଶୀ ଘିଅ ଖାଆନ୍ତୁ l ପ୍ରତେକଦିନ ୧ ରୁ ୨ ଚାମଚ ଦେଶୀ ଘିଅ ଖାଇବା ଆବଶ୍ୟକ l ଦେଶୀ ଘିଅରେ ଗୁଡ଼ ଫ୍ୟାଟ ରହିଥାଏ ,ଯାହା ଶରୀର ପାଇଁ ନିହାତି ଜରୁରୀ ଅଟେ l ଏହାକୁ ଗରମ କରି ଖାଇବା ପରିବର୍ତେ ଯେକୌଣସି ତରକାରୀ ଉପରେ ପକାଇ ଖାଇପାରିବେ l

* ଉଚ ପ୍ରୋଟିନ ଯୁକ୍ତ ଖାଦ୍ୟ – ଶରୀରରେ ପ୍ରୋଟିନ କମିବା ଦ୍ୱାରା କୁଞ୍ଚନ ଦ୍ରୁତ ଗତିରେ ଦେଖାଦେଇଥାଏ l ତେଣୁ ଏହି କୁଞ୍ଚଙ୍କୁ କମ କରିବା ପାଇଁ ଆପଣ ଉଚ୍ଚ ମନର ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇପାରିବେ l ପ୍ରୋଟିନ ଦ୍ୱାରା ଆମର ମାଂସପେଶୀ ତିଆରି ହୋଇଥାଏ l ଯଦି ଆପଣ ସାକାହାରୀ ତେବେ ପନିର ,ନ୍ୟୁଟ୍ରିଲା ଓ ଡାଲି ଖାଇବା ଆବଶ୍ୟକ l ଯଦି ଆପଣ ମାଂସାହାରୀ ତେବେ ଚିକେନ ଓ ଅଣ୍ଡା ଇତ୍ୟାଦି ସେବନ କରନ୍ତୁ l

* ଲେମ୍ବୁ – ଆପଣ ସମସ୍ତେ ଜାଣିଥିବେ ଲେମ୍ବୁପାଣି ଆପଣଙ୍କ ଶରୀର ପାଇଁ କେତେ ହିତକର l ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l ପ୍ରତେକଦିନ ଲେମ୍ବୁପାଣି ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଆପଣଙ୍କ ତ୍ୱଚା ଓ ଚର୍ମ ଅତ୍ୟନ୍ତ ସୁନ୍ଦର ହେବ l ଲେମ୍ବୁ ଭିଟାମିନ ସି ରେ ଭରପୁର ହୋଇଥିବା କାରଣରୁ ତ୍ୱଚା ସହିତ ଇମ୍ୟୁନିଟି ମଧ୍ୟ ବୃଦ୍ଧି ପାଇଥାଏ l

* ଆଭାକୋଡା – ମୁଖମଣ୍ଡଳର କୁଞ୍ଚନ ପାଇଁ ଆଭାକୋଡା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ l ଏଥିରେ ପ୍ରୋଟିନ ସହିତ ଗୁଡ଼ ଫ୍ୟାଟ ରହିଥିବା କାରଣରୁ ମୁଖ ମଣ୍ଡଳର କୁଞ୍ଚନ ଦୂର ହୋଇଥାଏ l ତେଣୁ ଏହାକୁ ନିଜ ଖାଦ୍ୟରେ ପ୍ରତେକ ଦିନ ଖାଦ୍ୟରେ ସାମିଲ କରିବା ଆବଶ୍ୟକ l

Show More

Related Articles

Back to top button