ଦେଶ ବିଦେଶ

ଗବେଷଣାରୁ ଜଣା ପଡିଛି ଯେ ପୃଥିବୀ ପୃଷ୍ଠରେ ଜୀବାଣୁ ମାନଙ୍କର ହେବ ସାମ୍ରାଜ୍ୟ ବିସ୍ତାର

ଧ୍ୱଂସ ହୋଇଯିବ ମଣିଷ ସମାଜ

ଭବିଷ୍ୟତରେ ପୃଥିବୀ ଉପରୁ ଅମ୍ଳଜାନର ମାତ୍ରା କମ ହୋଇଯିବ l ଏହି କାରଣରୁ ପୃଥିବୀ ଉପରେ ରହୁଥିବା ଅଧିକାଂଶ ଜୀବ ବିନାଶ ହୋଇ ଯିବେ l ଏହି ଖୁଲାସା କରିଛନ୍ତି ଜାପାନ ଓ ଆମେରିକାର ବୈଜ୍ଞାନିକ ମାନେ l ବୈଜ୍ଞାନିକ ମାନଙ୍କ ଅନୁସାରେ ପୃଥିବୀ ଉପରୁ ୧୦୦ କୋଟି ବର୍ଷ ପରେ ଅମ୍ଳଜାନର ସ୍ଥର ଅନେକ ମାତ୍ରାରେ କମ ହୋଇଯିବ l ଯାହା ଦ୍ୱାରା ଜଟିଳ ବାୟୁ ଗ୍ରହଣ କରୁଥିବା ଜୀବ ଓ ଫଟୋ ସିନ୍ଥେଟିକ ଜୀବ ମାନଙ୍କର ଜୀବନ ଉପରେ ସଙ୍କଟ ଘେରି ଯିବ l ଅମାନଙ୍କର ଧ୍ୱଂସ ହେବାର ଆଶଙ୍କା ଅଧିକ ରହିଛି l ପୃଥିବୀ ଉପରେ ବାୟୁ ମଣ୍ଡଳରେ ଅମ୍ଳଜାନ ମାତ୍ର ୨୧ ପ୍ରତିଶତ ରହିଛି l ମଣିଷଙ୍କ ପାଇଁ ଅମ୍ଳଜାନର ଆବଶ୍ୟକତା ଅତ୍ୟଧିକ ଜରୁରୀ ଅଟେ l

କିନ୍ତୁ ପୃଥିବୀ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ଅମ୍ଳଜାନର ସ୍ଥର କମ ଥିଲା l ସେତେବେଳେ ମାନବ ଜାତି ପୃଥିବୀ ପୃଷ୍ଠାରେ ଅନେକ ମାତ୍ରାରେ କମ ଥିଲେ l ଏହି ପରିସ୍ଥିତି ୧୦୦ କୋଟି ବର୍ଷ ପରେ ଆଉଥରେ ହେବ ,କିନ୍ତୁ ମଣିଷ ଜନଜାତି ସେହି ସମୟରେ ଅଧିକ ରହିଥିବେ l ଦୁଇ ଦେଶର ବୈଜ୍ଞାନିକଙ୍କ ଅନୁସାରେ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ପୃଥିବୀର ଅମ୍ଳଜାନର ସ୍ଥର ଏହିଭଳି ରହିବ ଯେପରି ବର୍ତ୍ତମାନ ରହିଛି l କିନ୍ତୁ ୧୦୦ କୋଟି ବର୍ଷ ପରେ ଏହାର ସ୍ଥର ଭୟାବହ ଭାବରେ କମି ଯିବ l ଏଥିପାଇଁ ବୈଜ୍ଞାନିକ ମାନେ ଗୋଟିଏ କାରଣ ବାହାର କରିଛନ୍ତି ଯାହାକୁ ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ତାହା ହେଉଛି ସୂର୍ଯ୍ୟଙ୍କର ବୟସ ବଢିବା l

ଯେଭଳି ଭାବରେ ସୂର୍ଯ୍ୟଙ୍କର ବୟସ ବଢି ଚାଲିବ ପୃଥିବୀ ପୃଷ୍ଠାରେ ଗରମ ବଢି ଚାଲିବ l ସୂର୍ଯ୍ୟ ଅଧିକ ଗରମ ହେବ କାରଣରୁ ପୃଥିବୀରେ ଥିବା କାର୍ବନ ଡାଇଅକ୍ସାଇଡ ଉପରେ ପଡିବ l ଯାହା ଦ୍ୱାରା କାର୍ବନ ଦଇଅକ୍ସାଇଡ କମି ଯିବ l ସୂର୍ଯ୍ୟଙ୍କ ଉତ୍ତାପ କାରଣରୁ ପୃଥିବୀର ଖଞାମତା ମଧ୍ୟ କମିବାରେ ଲାଗିବ l କାର୍ବନ ଡାଇଅକ୍ସାଇଡର କମି ଦ୍ୱାରା ଗଛ ଲତା ଇତ୍ୟାଦି ଜୀବିତ ରହି ପାରିବେ ନାହିଁ ଓ ଅମ୍ଳଜାନ ଉତ୍ପାଦନ ମଧ୍ୟ ହୋଇ ପାରିବ ନାହିଁ l ଏହି କାରଣରୁ ଆଗକୁ ୧୦୦ କୋଟି ବର୍ଷ ପରେ ପୃଥିବୀ ପୃଷ୍ଠରେ ଅମ୍ଳଜାନ ଅଭାବରୁ ଯିବା ଜଗତ ଶୂନ୍ୟ ହୋଇଯିବ l

Show More

Related Articles

Back to top button