ଦେଶ ବିଦେଶବାଣିଜ୍ୟ

ରିଲାଏନ୍ସ ଜିଓ ଓଫର: ନିଜର ଗ୍ରାହକଙ୍କୁ ଦେବ ୧୧୨ଜିବି ଡାଟା ସହିତ ଅସୀମିତ କଲ ସୁବିଧା

ରିଲାଏନ୍ସ ଜିଓ ନିକଟରେ ଅନେକ ପୋଷ୍ଟପେଡ୍ ପ୍ଲାନ ଆରମ୍ଭ କରିଥିବା ବେ‌ଳେ ଅନେକ ପ୍ରିପେଡ୍ ପ୍ଲାନ୍ ବି ମହଜୁଦ ଅଛି। କମ୍ପାନି ପାଖରେ ୨୪ ଦିନ, ୨୮ଦିନରୁ ନେଇ ୧ ବର୍ଷ ପର୍ଯ୍ୟନ୍ତ ବୈଧତା ଥିବା ପ୍ରିପେଡ୍ ରିଚାର୍ଜ ପ୍ୟାକ୍ ଅଛି |

ରିଲାଏନ୍ସ ଜିଓର ୫୬ଦିନର ବୈଧତା ଥିବା ୫୯୮ ଟଙ୍କା, ୪୪୪ଟଙ୍କା ଓ ୩୯୯ଟଙ୍କାର ପ୍ରିପେଡ ପ୍ଲାନ୍ ବିଷୟରେ ଆସନ୍ତୁ ଜାଣିବା।ଜିଓର ୫୯୮ଟଙ୍କାର ରିଚାର୍ଜ ପ୍ୟାକରେ ୫୬ ଦିନ ପାଇଁ ପ୍ରତିଦିନ ୨ ଜିବି ହାଇ ସ୍ପିଡ୍ ଡାଟା ମିଳିଥାଏ। ଅର୍ଥାତ ଉପଭୋକ୍ତାମାନେ ସମୁଦାୟ ୧୧୨ଜିବି ଡାଟାର ଲାଭ ଉଠାଇ ପାରିବେ | ପ୍ରତିଦିନ ମିଳୁଥିବା ଡାଟା ସୀମା ‌ଶେଷ ହେବା ପରେ ଏହାର ଗତି ୬୪କେବିପିଏସ ହୋଇଯିବ। ଏହି ପ୍ଲାନରେ ଜିଓ ନେଟୱାର୍କରେ ଅସୀମିତ କଲ ସୁବିଧା ଉପଲବ୍ଧ ଥିବା ବେଳେ ଅଣ-ଜିଓ ନେଟୱାର୍କକୁ କଲ କରିବା ପାଇଁ ୨୦୦୦ ମିନିଟ୍ ଉପଲବ୍ଧ ରହିଛି।ଜିଓର ଏହି ରିଚାର୍ଜ ପ୍ଲାନରେ ପ୍ରତିଦିନ ଗ୍ରାହକଙ୍କୁ ୧୦୦ଏସଏମଏସ ମିଳିବ। ଜିଓ ଆପ୍ସର ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ଉପଲବ୍ଧ ରହିଛି।

 

JIO
JIO

ଜିଓର ୪୪୪ ଟଙ୍କା ପ୍ରିପେଡ୍ ରିଚାର୍ଜ ପ୍ୟାକରେ ୫୬ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ ଅଛି | ଅର୍ଥାତ ଗ୍ରାହକମାନଙ୍କୁ ସମୁଦାୟ ୧୧୨ ଜିବି ଡାଟା ପ୍ରଦାନ କରାଯାଉଛି | ପ୍ରତିଦିନ ମିଳୁଥିବା ଡାଟା ସ୍ପିଡ ଶେଷ ହୋଇଗଲେ ୬୪କେବିପିଏକୁ ଚାଲି ଆସିବ। ଜିଓ ନେଟୱାର୍କରେ ଆପଣ ଅସୀମିତ କଲିଂ ପାଇଁ ୨ହଜାର ମିନିଟ୍ ପାଇବେ | ପ୍ରତିଦିନ ୧୦୦ଟି ଏସଏମଏସ ମଧ୍ୟ ମାଗଣା ରହିଛି।ସେହିପରି ଜିଓର ୩୯୯ଟଙ୍କା ପ୍ରିପେଡ୍ ପ୍ଳାନରେ ୧.୫ ଜିବି ଡାଟା ୫୬ ଦିନ ପାଇଁ ପ୍ରତିଦିନ ଉପଲବ୍ଧ ହେବ। ଆପଣ ଏହି ପ୍ୟାକରେ ସମୁଦାୟ ୮୪ ଜିବି ଡାଟାର ଲାଭ ଉଠାଇ ପାରିବେ। ପ୍ରତିଦିନ ପାଇଁ ଥିବା ଡାଟା ସୀମା ଶେଷ ହେବା ପରେ ଗତି ୬୪କେବିପିଏସକୁ କମିଯାଏ | ଜିଓ ନେଟୱାର୍କରେ ଆପଣ ଅସୀମିତ କଲିଂ ପାଇଁ ୨ ହଜାର ମିନିଟ୍ ପାଇବେ | ପ୍ରତିଦିନ ଗ୍ରାହକ ଏହି ପ୍ୟାକରେ ୧୦୦ଟି ଏସଏମଏସ ମାଗଣାରେ କରି ପାରିବେ।

Show More

Related Articles

Back to top button