ଦେଶ ବିଦେଶସ୍ୱାସ୍ଥ୍ୟ

ହୃଦଘାତ ଓ କରୋନା ମଧ୍ୟରେ କଣ ରହିଛି ସମ୍ପର୍କ ?

ଭାଇରସ କିଭଳି ହୃଦୟକୁ କରୁଛି ପ୍ରଭାବିତ ?

କରୋନା ମହାମାରୀ ସମୟରେ କୋଭିଡରେ ସଂକ୍ରମିତ ରୋଗୀ ହଠାତ ହୃଦଘାତର ଶିକାର ହେଉଥିବା ଅନେକ ମାମଲା ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଅନେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହେଉଛି। ପ୍ରସିଦ୍ଧ ଟିଭି ସାମ୍ବାଦିକ ରୋହିତ ସରଦାନା ଓ ଲୋକପ୍ରିୟ ସୀତାରବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କୋଭିଡ ଚିକିତ୍ସା ସମୟରେ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି। ଏମାନଙ୍କ ମୃତ୍ୟୁ ପରେ ଏହି ଦିଗ ଆଡକୁ ଦୃଷ୍ଟି ଯାଇଛି ଯେ କୋଭିଡ ସଂକ୍ରମଣ ଓ ହୃଦଘାତ ମଧ୍ୟରେ କଣ ସମ୍ପର୍କ ରହିଛି।

ଇନ୍ଟରନ୍ୟାଶନାଲ କାର୍ଡିଓଭାସ୍କୁଲାର ସର୍ଜନ ଏବଂ ମେଟ୍ରୋ ହସ୍ପିଟାଲ ଆଣ୍ଡ ହାର୍ଟ ଇନଷ୍ଟିଚ୍ୟୁଟର କାର୍ଡିଏକ କେଥ୍ ଲ୍ୟାବ୍ ର ନିର୍ଦ୍ଦେଶକ ଡ.ସମୀର ଗୁପ୍ତା କହିଛନ୍ତି ଯେ ହାର୍ଟର ଆର୍ଟଲାରିରେ ବ୍ଲଡ଼ କ୍ଲଟ୍ ହେଲେ ହୃଦଘାତ ହୋଇଥାଏ। ହାର୍ଟ ହଠାତ ସୁସ୍ତ ହୋଇଗଲେ ବା କାମ କରିବା ବନ୍ଦ କରିଦେଲେ ତାହାକୁ କାର୍ଡିଏକ ଆରେଷ୍ଟ କୁହାଯାଏ। ଏହା ବିପଦଜନକ କାରଣ ଏଥିରେ ରୋଗୀକୁ ବଞ୍ଚାଇବାକୁ ବହୁତ କମ ସମୟ ଥାଏ। କୋଭିଡର ଏହି ଦୁଇଟି ସହ ସମ୍ବନ୍ଧ ରହିଛି। ଭାଇରସ ସଂକ୍ରମଣ ଦ୍ୱାରା ହାର୍ଟ ଉପରେ ପ୍ରଭାବ ପଡିଥାଏ। ହାର୍ଟର ମାଂସପେଶୀରେ ସୁଜନ ମଧ୍ୟ ହୋଇଯାଇଥାଏ। ଇନଫେକ୍ସନ ଯୋଗୁଁ ହାର୍ଟ ଟିସୁ କ୍ଷତିଗ୍ରସ୍ତ ହୋଇଥାଏ। ଏହିଭଳି କୋଭିଡ ଭାଇରସ ହାର୍ଟକୁ କ୍ଷତି ପହଞ୍ଚାଇଥାଏ।

ଡ.ସମୀର କହିଛନ୍ତି, ନିକଟରେ ଅନେକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ସ୍ପଷ୍ଟ ହୋଇଛି ଯେ କୋଭିଡ କେବଳ ଫୁସଫୁସକୁ ନୁହେଁ ବରଂ ଶରୀରର ଅନ୍ୟ ଅଙ୍ଗଗୁଡିକୁ ମଧ୍ୟ ପ୍ରଭାବିତ କରୁଛି। ଏଥିରେ ହାର୍ଟ ମଧ୍ୟ ସାମିଲ ଅଛି । ସଂକ୍ରମଣ ଯୋଗୁଁ ରକ୍ତ ଜମାଟ ବାନ୍ଧି ଦେଉଛି। ଯାହା ହାର୍ଟ ପାଇଁ ଅତ୍ୟନ୍ତ ବିପଦଜନକ । ଯାହାଫଳରେ ହୃଦଘାତ ହେଉଛି।

ଡାକ୍ତର କହିଛନ୍ତି ଯେ କରୋନା କାଳରେ ନିଜ ହାର୍ଟକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ। ସେଥିପାଇଁ ନିୟମିତ ସାମାନ୍ୟ ବ୍ୟାୟାମ କରିବା ବା ଶାରୀରିକ ଭାବେ ଆକ୍ଟିଭ ରହିବା ଜରୁରୀ। ଏହାସହ ଆହାରରେ ସୁସ୍ଥକର ଖାଦ୍ୟ ସାମିଲ କରିବା ଆବଶ୍ୟକ।

ଡ.ସମୀର କହିଛନ୍ତି ଯେ ରକ୍ତଚାପ, ହାଇପରଟେନ୍ସନ, ଧୂମପାନ, କୋଲେଷ୍ଟ୍ରଲ, ମୋଟାପଣ, ଅତ୍ୟଧିକ ଲିପିଡ ସ୍ତର ହୃଦରୋଗର ମୁଖ୍ୟ କାରଣ। କୋଭିଡ ସମୟରେ ଏହିସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଯଦି କାହାକୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ଅଧିକ ଝାଳ ବାହାରୁଛି, ଗୋଡ ଫୁଲୁଛି, ଛାତିରେ ଯନ୍ତ୍ରଣା ହେଉଛି ତାହେଲେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯିବା ଉଚିତ କିମ୍ବା ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ।

Show More

Related Articles

Back to top button