ଦେଶ ବିଦେଶମୁଖ୍ୟ ଖବର

ପିଲାଙ୍କ ଉପରେ କରୋନା ଟିକାର ପରୀକ୍ଷା ପାଇଁ ପଞ୍ଜିକରଣକୁ ମିଳିଲା ଅନୁମତି

ଛୋଟ ପିଲାଙ୍କ ଉପରେ କରୋନା ଟିକାର ପରୀକ୍ଷା ପାଇଁ ପଞ୍ଜିକରଣକୁ ମିଳିଲା ଅନୁମତି । ଆମେରିକୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ନୋଭାଭାକ୍ସର ପରୀକ୍ଷଣ ନିମନ୍ତେ ପଞ୍ଜିକରଣକୁ ଅନୁମତି ମିଳିଛି । ଟିକାର ପରୀକ୍ଷା ପାଇଁ ପଞ୍ଜିକରଣ ଆରମ୍ଭ କରିବାକୁ ଆଜି ଭାରତ ସରକାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ଦେଇଛନ୍ତି ଗ୍ରୀନ ସିଗ୍ନାଲ ।

ସେରମ ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ ପଞ୍ଜିକରଣ ଆରମ୍ଭ କରିବ । ଏହାପରେ ପରୀକ୍ଷା ପାଇଁ ଅନୁମତି ଦିଆଯିବ । Central Drugs Standard Control Organisationର ବିଶେଷଜ୍ଞ ପ୍ୟାନେଲ କହିଛି, ସବୁ ବିଷୟକୁ ଯାଞ୍ଚ କରିବା ପରେ କମିଟି ୭ରୁ ୧୧ ବର୍ଷ ପିଲାଙ୍କ ପଞ୍ଜିକରଣ ପ୍ରୋଟକଲ ଅନୁସାରେ କରିବାକୁ ପ୍ରସ୍ତାବ ଦେଉଛି । ପଞ୍ଜିକରଣ ପରେ ଟିକାର ପରୀକ୍ଷଣ ଆରମ୍ଭ ହେବ । ଏହାପରେ ରେଜଲ୍ଟକୁ ବିଚାର କରି ବ୍ୟବହାର ପାଇଁ ଅନୁମତି ଦିଆଯିବ ।

ଏବେ ସେରମ ଇନଷ୍ଟିଚ୍ୟୁଟ ନୋଭାଭାକ୍ସର ଆଉ ଏକ ଘରୋଇ ଭର୍ସନ ଟିକା କୋଭୋଭାକ୍ସର ପରୀକ୍ଷଣ ୧୨ରୁ ୧୭ ବର୍ଷ ବୟସ୍କ ବର୍ଗର ପିଲାମାନଙ୍କ ଉପରେ କରୁଛି । ଟ୍ରାଏଲରୁ ୧୦୦% ସଫଳ ରେଜଲ୍ଟ ମିଳିଥିବା କୁହାଯାଉଛି । ବର୍ତ୍ତମାନ ନୋଭାଭାକ୍ସର ପରୀକ୍ଷଣ ପାଇଁ ପଞ୍ଜିକରଣ କରିବାକୁ ଅନୁମତି ମିଳିଛି । ହେଲେ ଭାରତର ସ୍ୱାସ୍ଥ୍ୟ ଏଜେନ୍ସି ନୋଭାଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଏଯାଏ ଅନୁମତି ଦେଇନି ।

ଚଳିତ ମାସରେ ସେରମର ସିଇଓ ଅଦର ପୁନାୱାଲା କହିଥିଲେ ଯେ ଆସନ୍ତାବର୍ଷ ଜାନୁଆରୀ କିମ୍ବା ଫେବୃଆରୀରେ କୋଭୋଭାକ୍ସକୁ ନେଇ ଭଲ ଖବର ଆସିବ । କୋଭାଭାକ୍ସକୁ ଅନୁମତି ମିଳିବା ପରେ ଦେଶରେ ୧୮ ବର୍ଷରୁ କମ ବୟସ୍କଙ୍କୁ କରୋନା ବିରୋଧରେ ଡୋଜ୍ ଦିଆଯିବ । ବର୍ତ୍ତମାନ ସୁଦ୍ଧା ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ବିଶ୍ୱର ପ୍ରଥମ ଡିଏନ ଭିତ୍ତିକ ଟିକାକୁ ୧୨ ଓ ତା’ରୁ ଅଧିକ ବୟସ୍କଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ମିଳିଛି ।

Show More

Related Articles

Back to top button