Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ

ଆଜି ଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟର କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ଜୁନିୟର କଲେଜ । ବିଜ୍ଞାନରେ ୯୧.୩୩, କଳାରେ ୭୯.୩ ଓ ବାଣିଜ୍ୟରେ ୮୨ ପ୍ରତିଶତ କଟ୍ ଅଫ୍ ଯାଇଛି । ଆଡମିଶନ ପାଇଁ ମୋଟ୍ ୪ ଲକ୍ଷ ୩୫ ହଜାର ୯୨ ଜଣ ଆବେଦନ କରିଥିବାବେଳେ ପ୍ରଥମ କଟ୍ ଅଫରେ ୩ ଲକ୍ଷ ୮୬ ହଜାର ୪୬୪ ଜଣଙ୍କୁ ମନୋନୀତ କରାଯାଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ । ଆସନ୍ତା ୨୭ରେ ଯୁକ୍ତ ଦୁଇ ଦ୍ୱିତୀୟ କଟ୍ ଅଫ୍ ପ୍ରକାଶ ପାଇବ । ଚଳିତବର୍ଷ ମାଟ୍ରିକରେ ରେକର୍ଡ ସଂଖ୍ୟକ ପାସ୍ ହାର ହୋଇଥିବାରୁ ଯୁକ୍ତ ଦୁଇରେ ୫୦ ହଜାର ସିଟ୍ ବଢାଇଛି ଗଣଶିକ୍ଷା ବିଭାଗ ।

Show More

Related Articles

Back to top button