ଓଡ଼ିଶାଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟିକାକରଣ

ଦିନକରେ ୨.୫୦ କୋଟିରୁ ଅଧିକ ଟିକାକରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରେକର୍ଡ ସଂଖ୍ୟକ ଟିକାକରଣ କରାଯାଇଛି । ଗତ କାଲି ପିଏମ ମୋଦୀଙ୍କ ଜନ୍ମଦିନରେ ୨.୫୦ କୋଟିରୁ ଅଧିକ ଟିକା ପ୍ରୟୋଗ କରାଯାଇ ଟୀକାକରଣ ଅଭିଯାନରେ ଏକ ବଡ଼ ଉତ୍ସ ଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହାକୁ ବିଶ୍ୱ ଇତିହାସର ଏକ ସୁବର୍ଣ୍ଣ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି ।

କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ଦିଆଯାଇଥିବା ମୋଟ ଡୋଜ୍ ମଧ୍ୟରାତ୍ରିରେ ୭୯.୩୩ କୋଟି ଅତିକ୍ରମ କରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ୍ କରି ଲେଖିଛନ୍ତି, ‘ଭାରତକୁ ଅଭିନନ୍ଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଭାରତ ଆଜି ଇତିହାସ ସୃଷ୍ଟି କରିଛି । ୨.୫୦ କୋଟିରୁ ଅଧିକ ଟିକା ପ୍ରୟୋଗ କରି ଦେଶ ତଥା ବିଶ୍ୱ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖାଯାଇଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଆଜି କରାଯାଇଥିବା ରେକର୍ଡ ସଂଖ୍ୟକ ଟୀକାକରଣ ପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ । ଟୀକାକରଣ ଅଭିଯାନକୁ ସଫଳ କରିବା ପାଇଁ ମୁଁ ଆମର ଡାକ୍ତର, ଉଦ୍ଭାବକ, ପ୍ରଶାସକ, ନର୍ସ, ସ୍ୱାସ୍ଥ୍ୟସେବା ଏବଂ ସମସ୍ତ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଶଂସା କରୁଛି । କୋଭିଡ-୧୯ କୁ ପରାସ୍ତ କରିବାକୁ ଟୀକାକରଣକୁ ପ୍ରୋତ୍ସାହିତ କରନ୍ତୁ ।

Show More

Related Articles

Back to top button