ଦେଶ ବିଦେଶବାଣିଜ୍ୟ

ଏସବିଆଇ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଲା ଆରବିଆଇ

ଜାଣନ୍ତୁ କାହିଁକି ?

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ନିୟମ ଖିଲାପ କରିଥିବାରୁ ଦେଶର ବଡ଼ ବ୍ୟାଙ୍କ ଏସବିଆଇ ଉପରେ କୋଟିଏ ଟଙ୍କାର ଜରିମାନା ଲାଗିଛି । ଆରବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଆରବିଆଇର (ଫ୍ରଡସ୍‌ କ୍ବାଲିଫିକେସନ୍‌ ଆଣ୍ଡ ରିପୋର୍ଟିଂ ବାୟ କମର୍ସିଆଲ୍‌ ବ୍ୟାଙ୍କସ୍‌ ଆଣ୍ଡ ସିଲେକ୍ଟ ଫାଇନାନ୍ସିଆଲ୍‌ ଇନଷ୍ଟିଚ୍ୟୁସନ୍‌) ନିୟମ ୨୦୧୬ ପାଳନ କରିନଥିବାରୁ ଏହି ଜରିମାନା ଲଗାଯାଇଛି । ଏବେ ଏସବିଆଇ ଏକ କୋଟି ଟଙ୍କା ତଣ୍ଡ ଗଣିବ। ମିଳିଥିବା ସୂଚନା ଅନୁସାରେ, କମର୍ସିଆଲ୍‌ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାନ ପକ୍ଷରୁ ଗ୍ରାହକଙ୍କ ସହ ହୋଇଥିବା ଠକେଇ ଏବଂ ଜାଲିଆତିର ବର୍ଗୀକରଣ ଓ ଏହାର ରିପୋର୍ଟିଂ କରିବା ନିୟମରେ ଉଲ୍ଲଂଘନ କରିଛି ଏସବିଆଇ।

ତେବେ ବ୍ୟାଙ୍କିଙ୍ଗ ଅଧିନିୟକ ୧୯୪୯ର ଧାରା ୪୭ଏ(୧)(ସି) ଜରିଆରେ ଏସବିଆଇ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି। କିନ୍ତୁ ଏହା ଦ୍ବାରା ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏସବିଆଇ ଦ୍ବାରା ପରିଚାଳନା କରାଯାଉଥିବା ଜଣେ ଗ୍ରାହକଙ୍କ ଖାତା ଯାଞ୍ଚ ପରେ ବ୍ୟାଙ୍କର ମିଛ ପଦାକୁ ଆସିଥିଲା। ଏସବିଆଇ ଠକେଇ ନେଇ କୌଣସି ପ୍ରକାର ସୂଚନା ବିଳମ୍ବରେ ଦେଉଥିବା ଜାଣିବାକୁ ପାଇଥିଲା ଆରବିଆଇ । ତେଣୁ ନିୟମ ନମାନିବା ପରେ କାହିଁକି ଜରିମାନା ଲାଗୁ କରାଯିବ ନାହିଁ ଏନେଇ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି ଆରବିଆଇ । ଏସବିଆଇ ପକ୍ଷରୁ ଦିଆଯାଇଥିବା ଜବାବରେ ଅସନ୍ତୁଷ୍ଟ ଆରବିଆଇ ଦେଶର ସବୁଠୁ ବଡ଼ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛି।

Show More

Related Articles

Back to top button