ଦେଶ ବିଦେଶ

ରାମାୟଣର ରୋଚକ କଥା : ଆସନ୍ତୁ ଜାଣିବା ରାବଣର ଦଶ ମୁଣ୍ଡର ରହସ୍ୟ

ରାବଣଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣି ଛନ୍ତି l ରାବଣ ରାକ୍ଷସ ବଂଶର ଥିଲା ,ତା ଦ୍ୱାରା କରାଯାଇଥିବା ଭୁଲ କାରଣରୁ ପ୍ରତେକ ବର୍ଷ ଦଶହରା ଦିନରେ ରାବଣ ଦହନ କରାଯାଇଥାଏ l ହୁଏତ ବହୁତ କମ ଲୋକ ଜାଣିଥିବେ ରାବଣ ଗୋଟିଏ ବିଦ୍ୱାନ ପଣ୍ଡିତ ହେବ ସହିତ ଭଗବାନ ଶିବଙ୍କର ଗୋଟିଏ ବଡ଼ ଭକ୍ତ ଥିଲା

ଗୋଟିଏ ଥରର କଥା l ରାବଣ ଚିନ୍ତା କଲା ନିଜର ଆରାଧ୍ୟ ଦେବତା ଶିବଙ୍କୁ ପ୍ରସନ କରିବ ଏହା ଚିନ୍ତା କରି ସେ ତପସ୍ୟାରେ ଲୀନ ହୋଇଗଲା l ଅନେକ ସମୟ ଧରି ତପସ୍ୟା କରିବା ଦ୍ୱାରା ମଧ୍ୟ ଶିବ ପ୍ରସନ ହେଲେ ନାହିଁ l ଏହାପରେ ରାବଣ ନିଜର ମୁଣ୍ଡ କାଟି ଶିବଙ୍କୁ ଅର୍ପଣ କରିଦେଲା l ଏହାପରେ ତାର ମୁଣ୍ଡଟି ପୁନର୍ବାର ତା ଶରୀରରେ ଲାଗିଗଲା l ଏହାପରେ ସେ ପୁଣି ଆଉଥରେ ନିଜର ମୁଣ୍ଡ କାଟିଲା ,ପୁନର୍ବାର ମୁଣ୍ଡ ସେହିପରି ତା ଶରୀରରେ ଯୋଡି ହୋଇଯାଉଥିଲା l ଏହିଭଳି ଭାବରେ ସେ ଦଶ ଥର ନିଜର ମୁଣ୍ଡ କାଟିଲା ଓ ପ୍ରତେକ ଥର ତାର ମୁଣ୍ଡଟି ସେହିପରି ଯୋଡି ହୋଇଯାଉଥିଲା l ରାବଣଙ୍କର ଏହି ତପସ୍ୟା ଦେଖି ଶିବ ପ୍ରସନ ହୋଇଗଲେ ଓ ସେ ବରଦାନ ସହିତ ରାବଣକୁ ଦଶଟି ମୁଣ୍ଡ ମଧ୍ୟ ପ୍ରଦାନ କଲେ l

ଏହିଭଳି ଭାବରେ ରାବଣର ନାମ ଦଶାନନ ହେଲା l ରାବଣର ଦଶଟି ମୁଣ୍ଡକୁ ନେଇ ଆହୁରି ଗୋଟିଏ ପୁରାଣ କଥା ମଧ୍ୟ ରହିଛି l ରାବଣ ଦଶଟି ମୁଣ୍ଡ ଧାରଣ କରି ନଥିଲେ l ସେ ମାୟାବୀ ରାକ୍ଷସ ଥିବା କାରଣରୁ ମାୟାବୀ ରୂପ ଦେଖାଇ ନିଜର ଦଶଟି ମୁଣ୍ଡର ଭ୍ରମ ସୃଷ୍ଟି କରୁଥିଲା l ଆହୁରି ମଧ୍ୟ କୁହଯାଏ ଯେ ରାବଣ ୬ଟି ଦର୍ଶନ ଓ ଚାରିଟି ବେଦରେ ଜ୍ଞାନଲାଭ କରିଥିଲା l ଏହି କାରଣରୁ ତାଙ୍କୁ ଦଶାନନ ମଧ୍ୟ କୁହାଯାଏ l ରାମଚନ୍ଦ୍ର ସେତୁବନ୍ଧ ତିଆରି କରିବା ପରେ ରାବଣକୁ ଗୋଟିଏ ଜ୍ଞାନୀ ପଣ୍ଡିତ ଭାବରେ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ ଦେଇଥିଲେ l ସେ ମଧ୍ୟ ଆସି ପ୍ରତିଷ୍ଠା କରିଥିଲେ l

Show More

Related Articles

Back to top button