ଦେଶ ବିଦେଶ

ମୁକ୍ତି ପୂର୍ବରୁ ପ୍ରଜାକୋର୍ଟରେ ହାଜର କଲେ ମାଓବାଦୀ, ବିବ୍ରତ କଲା ରାକେଶ୍ବରଙ୍କ ଦୁଇହାତ ବନ୍ଧା ଦୃଶ୍ୟ

ନୂଆଦିଲ୍ଲୀ: ସୀମାନ୍ତ ଛତିଶଗଡର ବିଜାପୁର ଜିଲାରେ ଗତ ଶନିବାର ଦିନ ମାଓବାଦୀମାନଙ୍କ ଦ୍ବାରା ଅପହୃତ ହୋଇଥିବା ଯବାନ ରାକେଶ୍ବର ସିଂହ ମାନହାସ ଆଜି ମୁକୁଳିଛନ୍ତି। ମାଓବାଦୀମାନେ ଦୀର୍ଘ ୫ ଦିନ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀକରି ରଖିବା ପରେ ଆଜି ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି। ତେବ ରାକେଶ୍ବରଙ୍କୁ ମୁକ୍ତି ଦେବା ପୂର୍ବରୁ ଦୁଇହାତ ବାନ୍ଧି ପ୍ରଜାକୋର୍ଟକୁ ଅଣାଯାଇଥିଲା। ଜଙ୍ଗଲ ନିକଟସ୍ଥ ଗ୍ରାମରେ ଆୟୋଜିତ ଏକ ପ୍ରଜାକୋର୍ଟରେ ଦୁଇହାତ ବାନ୍ଧି ମାଓବାଦୀମାନେ ହାଜର କରିଥିଲେ ଓ ଏହାପରେ ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କୁ ଛଡ଼ାଯାଇଥିବା ସୂଚନା ରହିଛି।

ରାକେଶ୍ବରଙ୍କୁ ଯଦିଓ ମାଓବାଦୀମାନେ କୌଣସି ନିର୍ଯାତନା ଦେବା ସୂଚନା ମିଳିନାହିଁ, କିନ୍ତୁ ତାଙ୍କର ଦୁଇହାତକୁ ବାନ୍ଧି ପ୍ରଜାକୋର୍ଟରେ ଶହ ଶହ ଲୋକଙ୍କ ଗହଣରେ ଅମାନବୀୟ ଭାବେ ହାଜର କରିବା ଭଳି ଅବାଭବନୀୟ ଘଟଣା ସମସ୍ତଙ୍କୁ ବିବ୍ରତ କରିଛି। ମାଓବାଦୀମାନେ ତାଙ୍କୁ ଦଉଡ଼ିରେ ବାନ୍ଧି ରଖିଥିବାବେଳେ ପ୍ରଜାକୋର୍ଟରେ ସମସ୍ତଙ୍କ ସମ୍ମୁଖରେ ତାଙ୍କ ହାତରୁ ଦଉଡ଼ି ଖୋଲିଥିଲେ, ଯାହା ସମସ୍ତଙ୍କୁ ବିଚଳିତ କରିଥିଲା। ମାଓବାଦୀଙ୍କଡଠାରୁ ମୁକୁଳିବା ପରେ ବାସାଗୁଡ଼ା କ୍ୟାମ୍ପରେ ଛତିଶଗଡ଼ କୋବ୍ରା କମାଣ୍ଡର ରାକେଶ୍ବର। ଏକ ଆମ୍ବୁଲାନ୍ସରେ ଆସି ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିଥିଲେ। ରାକେଶ୍ବର ବାସାଗୁଡ଼ା କ୍ୟାମ୍ପରେ ପହଞ୍ଚିବା ପରେ ଏସ୍‌ପି କମଲ ଲୋଚନ କସ୍ୟପ ସ୍ବାଗତ କରିଥିଲେ।

Tags
Show More

Related Articles

Back to top button
Close