ଦେଶ ବିଦେଶବ୍ୟକ୍ତିତ୍ୱ

ଖାଲି ପାଦରେ ଚାଲି ଚାଲି ଯାଇ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ଲାଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଆଜି ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିଛନ୍ତି । ସେ ଆଜି ଠାରୁ ଦୁଇ ଦିନିଆ ଜମ୍ମୁ- କଶ୍ମୀର ଗସ୍ତରେ ଯାଇଛନ୍ତି । ସେ ଖାଲି ପାଦରେ ଚାଲି ଚାଲି କାଟ୍ରା ଠାରୁ ବୈଷ୍ଣୋଦେବୀଙ୍କ ଦରବାର ପର୍ଯ୍ୟନ୍ତ ଯାଇ ମାତାରାଣୀଙ୍କ ନିକଟରେ ପହଞ୍ଚି ତାଙ୍କର ଦର୍ଶନ ଲାଭ କରିଥିଲେ । ଦର୍ଶନ ସାରି ସେଠାରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସେ କହିଥିଲେ ଯେ ସେଇଠିକୁ ସେ କେବଳ ମାତାଙ୍କ ନିକଟରେ ପ୍ରାର୍ଥନା କରିବାକୁ ଆସିଛନ୍ତି ତେଣୁ ସେ କୌଣସି ରାଜନୈତିକ ମନ୍ତବ୍ୟ ରଖିବାକୁ ଚାହୁଁନାହାନ୍ତି ।

ଅନ୍ୟପଟେ ୱାୟନାଡ ସାଂସଦ ରାହୁଲ ଗାନ୍ଧୀଙ୍କର, ମାତା ବୈଷ୍ଣୋଦେବୀଙ୍କ ଉପରେ ବିଶେଷ ବିଶ୍ୱାସ ରହିଛି ଏବଂ ସେ ବିଗତ ଅନେକ ବର୍ଷ ଧରି ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ ଚାହୁଁଥିଲେ ବୋଲି ଜମ୍ମୁ- କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୁଲାମ ଅହମ୍ମଦ ମୀର କହିଛନ୍ତି । ବିଗତ ତିନି ବର୍ଷ ଧରି ରାହୁଲ ଗାନ୍ଧୀ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଚାହୁଁଥିଲେ । କିନ୍ତୁ ରାଜନୈତିକ ପରିସ୍ଥିତି ପାଇଁ ସେ ପରିଦର୍ଶନ କରିପାରୁ ନଥିଲେ । ବର୍ତ୍ତମାନ ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ସେ ଗତ ମାସରେ ଶ୍ରୀନଗର ଗସ୍ତ କରିଥିଲେ ଏବଂ ସେପ୍ଟେମ୍ବର ୯ ଓ ୧୦ରେ ଜମ୍ମୁ ଗସ୍ତ କରିବେ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ନେତା ପବିତ୍ର ମନ୍ଦିର ପରିଦର୍ଶନ କରିବା ପାଇଁ ଚପଲ ଏବଂ ଘୋଡା ବ୍ୟବହାର କରୁଥିବାବେଳେ ରାହୁଲ ଗାନ୍ଧୀ ସ୍ଥିର କରିଛନ୍ତି ଯେ ସେ କାଟ୍ରା ଠାରୁ ମନ୍ଦିର ପର୍ଯ୍ୟନ୍ତ ପାଦରେ ଚାଲ ଚାଲି ଯାଇ ପୁଣି ପାଦରେ ଓହ୍ଲାଇବେ । ମାତା ବୈଷ୍ଣୋଦେବୀଙ୍କ ଉପରେ ତାଙ୍କର ବିଶେଷ ବିଶ୍ୱାସ ରହିଛି, ସେଥିପାଇଁ ଆମେ ତାଙ୍କ ଗସ୍ତର ପ୍ରଥମ ଦିନରେ ତାଙ୍କ ପାଇଁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ରଖିନାହୁଁ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଧାରା ୩୭୦ ରଦ୍ଦ ହେବା ପରେ ଏହା ରାହୁଲ ଗାନ୍ଧୀଙ୍କର ଦ୍ୱିତୀୟ ଜମ୍ମୁ- କାଶ୍ମୀର ଗସ୍ତ । ଏହାପୂର୍ବରୁ ସେ ଅଗଷ୍ଟ ୯ ରେ ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିଲେ ଏବଂ ଏହି ସମୟରେ ସେ ଶ୍ରୀନଗରରେ ନୂତନ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିଥିଲେ ଏବଂ ଖେର ଭବାନୀ ମନ୍ଦିର ସହିତ ହଜରତ ଦର୍ଘା ପରିଦର୍ଶନ ମଧ୍ୟ କରିଥିଲେ ।

Show More

Related Articles

Back to top button