Breaking PLUSଦେଶମୁଖ୍ୟ ଖବରରାଜନୀତି

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଉ ଏହାସହ ପଞ୍ଜାବ ରାଜନୀତିରେ ବଡ଼ ଧରଣର ଝଡ ସୃଷ୍ଟି ହୋଇଛି । ଖାସକରି କଂଗ୍ରେସ ଶିବିରରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଅମରିନ୍ଦର ଇସ୍ତଫା ଦେଇଥିବା ସୂଚନା ରହିଛି । ଅମରିନ୍ଦରଙ୍କ ଇସ୍ତଫା ପରେ କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଚର୍ଚ୍ଚା ହେଉଛି । ଏପରିକି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଥିବା ସିଦ୍ଧୁଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋ‌ଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍‌ କରିଥିଲା । ଅମରିନ୍ଦର୍‌ ସିଂହଙ୍କୁ ହଟାଇବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଅମରିନ୍ଦର । ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁଙ୍କ ଭିତରେ ବୟାନବାଜି ଜାରି ରହିଥିଲା । ଏପରିକି ସିଦ୍ଧୁଙ୍କ ରାଜନୈତିକ ପରାମର୍ଶଦାତା ମହମ୍ମଦ ମୁସ୍ତାଫା ଟ୍ୱିଟ୍ କରି ଲେଖିଛନ୍ତି, ୨୦୧୭ରେ କଂଗ୍ରେସକୁ ପଞ୍ଜାବବାସୀ ୮୦ ଜଣ ବିଧାୟକ ଦେଇଥିଲେ । କିନ୍ତୁ ଦୁଃଖର କଥା ହେଲା କଂଗ୍ରେସ ପଞ୍ଜାବକୁ ଭଲ ମୁଖ୍ୟମନ୍ତ୍ରୀ ଦେଇପାରିଲା ନାହିଁ । ତେଣୁ ପଞ୍ଜାବବାସୀଙ୍କୁ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବଦଳାଇବା ପାଇଁ ଏବେ ସମୟ ଆସିଛି ।

Show More

Related Articles

Back to top button