Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି

କରୋନାର ବଢ଼ୁଥିବା ମାମଲା ଭିତରେ କୋଭିଡ୍ ଟିକା କୋଭାକ୍ସିନର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ ହରାଇବା ଲାଗି ଟିକାକରଣ ଆମ ପାଖରେ ଏକ ତରିକା ।

ପ୍ରଧାନମନ୍ତ୍ରୀ ମୋଦି କରୋନା ଟିକାର ଦ୍ୱିତୀୟ ଡୋଜ୍ ପୁଡୁଚେରୀର ନର୍ସ ପି.ନିବେଦା ଦେଇଥିବା ବେଳେ ତାଙ୍କ ସହିତ ପଞ୍ଜାବର ନର୍ସ ନିଶା ଶର୍ମା ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ମାର୍ଚ୍ଚ ୧ରେ ନେଇଥିଲେ । ସେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଦିଲ୍ଲୀସ୍ଥିତ ଏମ୍ସରେ ପହଞ୍ଚି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଥିଲେ । ଦିଲ୍ଲୀ ଏମ୍ସରେ କାର୍ଯ୍ୟରତ ପୁଡୁଚେରୀର ନର୍ସ ପି.ନିବେଦା ମୋଦିଙ୍କୁ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦେଇଥିଲେ ।

Show More

Related Articles

Back to top button