ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

କମିଲା କୋଭାକ୍ସିନ୍ ଦର

ଆଗରୁ ଟିକାର ଦାମ୍ ରାଜ୍ୟ ପାଇଁ ୬ ଶହ ଟଙ୍କା ଥିଲା

କମିଲା କୋଭାକ୍ସିନ୍ ଦର । ଏଣିକି ରାଜ୍ୟକୁ ଡୋଜ୍ ପିଛା ୪ଶହ ଟଙ୍କାରେ କୋଭାକ୍ସିନ୍ ଟିକା ଯୋଗାଇଦେବ ଭାରତ ବାୟୋଟେକ। ଆଗରୁ ଟିକାର ଦାମ୍ ରାଜ୍ୟ ପାଇଁ ୬ ଶହ ଟଙ୍କା ଥିଲା । ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ଦର କମାଇଥିବା ବେଳେ , ଏବେ ଭାରତ ବାୟୋଟେକ କୋଭାକ୍ସିନ୍ ଦର କମାଇଛି ।ସେପଟେ ରାଜ୍ୟକୁ ଟିକା ସପ୍ଲାଏ ପାଇଁ ରାଜ୍ୟ ସରକାର ୨ ଟିକା ଉତ୍ପାଦନକାରୀ କମ୍ପାନିକୁ ଯୋଗାଯୋଗ କରିଛନ୍ତି। ଏହା ଅନୁଯାୟୀ ଖୁବ ଶୀଘ୍ର କୋଭାକ୍ସିନ ଟିକା ରାଜ୍ୟରେ ପହଞ୍ଚିବ।

ମେ ୩୧ ସୁଦ୍ଧା ରାଜ୍ୟରେ ୫ ଲକ୍ଷ କୋଭାକ୍ସିନ ଟିକା ପହଞ୍ଚିବ। ଜୁନ୍ ୧୫ ସୁଦ୍ଧା ବାକି ୫ ଲକ୍ଷ ୩୪ ହଜାର ଟିକା ପହଞ୍ଚିବ। ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଟିକା ପାଇଁ ରାଜ୍ୟ ସରକାର ଅର୍ଡର କରିଛନ୍ତି। ସେହିପରି ୩ କୋଟି ୭୭ ଲକ୍ଷ କୋଭିସିଲ୍ଡ ଟିକା ଆଣିବା ଲାଗି ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟକୁ ମଧ୍ୟ ଜଣାଇଛନ୍ତି।

Show More

Related Articles

Back to top button