Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଅଡୁଆରେ ପ୍ରଦୀପ ପାଣିଗ୍ରାହୀ

ପୁଣିଥରେ ଅଡ଼ୁଆରେ ପଡିଛନ୍ତି ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ  । ଭୁବନେଶ୍ୱରସ୍ଥିତ ଲୋକାୟୁକ୍ତଙ୍କ ଠାରୁ ଅନୁମତି ପାଇବା ପରେ ଭିଜିଲାନ୍‌ସ ବିଭାଗ ବିଧାୟକ ପାଣିଗ୍ରାହୀଙ୍କ ପଛରେ ପଡ଼ିଯାଇଛି । କଟକ ଭିଜିଲାନ୍‌ସ ଟିମ୍‌ ବ୍ରହ୍ମପୁର ଭିଜିଲାନ୍‌ସ ଟିମ୍‌ର ସହାୟତାରେ ବ୍ରହ୍ମପୁରରେ ବିଧାୟକଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ଚଢ଼ାଉ କରିଛନ୍ତି । ବ୍ରହ୍ମପୁର ସହର ସମେତ ଆଖାପାଖ ଅଞ୍ଚଳରେ ଥିବା ସମ୍ପର୍କୀୟ, ସହଯୋଗୀଙ୍କ ଘର ଏବଂ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନ ଏଭଳି ମୋଟ ୧୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଖୋଳତାଡ଼ ଜାରି ରଖିଛି ଭିଜିଲାନ୍‌ସ ଟିମ୍‌ । ବିଧାୟକ ପ୍ରଦୀପ ଠୁଳ କରିଥିବା ଆୟ ବର୍ହିଭୂତ ସମ୍ପତ୍ତି ଠାବ କରିବା ପାଇଁ ଏଭଳି ଚଢାଉ ଜାରି ରହିଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଗତକାଲି ୨୩ ଘଣ୍ଟା ଧରି ବିଧାୟକ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ବି ଜବତ କରିଛି ଭିଜିଲାନ୍ସ ।

ବିଧାୟକଙ୍କ ଘରୁ ମିଳିଥିବା କାଗଜପତ୍ରର ଯାଞ୍ଚ କରାଯାଉଛି । ଭିଜିଲାନ୍ସର ଅର୍ଥନୈତିକ ଶାଖା, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଅଧିକାରୀଙ୍କ ଦ୍ଵାରା ଯାଞ୍ଚ କରାଯିବ । ସେହିପରି ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପରିବାର ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିବା ଦିଗରେ ପଦକ୍ଷେପ ନେବ ଭିଜିଲାନ୍ସ ।

 

Show More

Related Articles

Back to top button