ଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱାସ୍ଥ୍ୟ

ଶିଡିରୁ ପଡି ଆହତ ହେଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ୍‌

ଶିଡିରୁ ପଡି ଆହତ ହେଲେ ଲୋକପ୍ରିୟ ଗାୟକ ଜୁବିନ ନୌଟିୟାଲ୍‌ । ତାଙ୍କ ଅବସ୍ଥା ବର୍ତ୍ତମାନ ସାଂଘାତିକ ରହିଛି । ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କହୁଣି ଓ ପଞ୍ଜରା ହାଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଆଘାତ ଲାଗିଥିବା ନେଇ କେତେକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ତେବେ ତାଙ୍କ ଡାହଣ ହାତରେ ଅସ୍ତ୍ରୋପଚାର କରାଯିବ ବୋଲି ଜଣାପଡ଼ିଛି। ସେଥିପାଇଁ ତାଙ୍କୁ ଡାହଣ ହାତରେ କିଛି କାମ ନ କରିବା ଲାଗି ପରାମର୍ଶ ଦିଆଯାଇଛି। କିନ୍ତୁ, ସେ ପାହଚରୁ ପଡ଼ି ଆହତ ହେବା ଓ ଡାକ୍ତରଖାନାରେ ଭର୍ତ୍ତି ହେବା ପ୍ରସଙ୍ଗରେ ତାଙ୍କ ପରିବାର ପକ୍ଷରୁ ଅଥବା ଅଫିସିଆଲ ଭାବେ କୌଣସି ସୂଚନା ଦିଆଯାଇନାହିଁ  ।

Show More

Related Articles

Back to top button