Breaking PLUSଓଡ଼ିଶାମୁଖ୍ୟ ଖବର
ସେପ୍ଟେମ୍ୱର ୫ରେ ଆସିବ+୨ଯୁକ୍ତ କଳା ରେଜଲ୍ଟ
ସେପ୍ଟେମ୍ୱର ୫ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ରେଜଲ୍ଟ । ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ସେପ୍ଟେମ୍ୱର ୫ ତାରିଖ ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ ।
ଭୁବନେଶ୍ୱର : ସେପ୍ଟେମ୍ୱର ୫ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ରେଜଲ୍ଟ । ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । ସେପ୍ଟେମ୍ୱର ୫ ତାରିଖ ଅପରାହ୍ନ ୪ଟାରେ ରେଜଲ୍ଟ ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ସୂଚନାଥାଉ ଯେ, ଚଳିତବର୍ଷ ୨ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ କଳା ଓ ୭ ହଜାର ୭୫୦ ଛାତ୍ରଛାତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଗତ ୧୨ ତାରିଖରେ ବିଜ୍ଞାନ ଓ ୧୯ ତାରିଖରେ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।