ଓଡ଼ିଶାବିଧାନସଭା

ବିଧାନସଭାରେ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲା

ସତ କଣ ସାମ୍ନାକୁ ଆସୁ : ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ୫୫ ଦିନ ବିତିଯାଇଥିଲେ ମଧ୍ୟ ରହସ୍ୟ ଉପରୁ ହଟି ପାରୁନି ପରଦା । ବରଂ ସ୍ଥିତି ଆହୁରି ଗମ୍ଭୀର ହେବାରେ ଲାଗିଛି । ଆଜି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ବିଧାନସଭାରେ ଏହି ପ୍ରସଙ୍ଗ ଉପରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ସେ ମତବ୍ୟକ୍ତ କରିଛନ୍ତି ଯେ ଗଜପତି ଭଳି ଏକ ଶାନ୍ତିପ୍ରିୟ ଜିଲ୍ଲା ଏବେ ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁରେ ଏତଲା ହୋଇଥିଲା । ଗଜପତି ପୁଲିସ ଗୋଟେ ମାସ ଏବଂ କ୍ରାଇମବ୍ରାଞ୍ଚ ୧୫ ଦିନ ହେବ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ସୁରାଗ ମିଳିପାରୁନି । ପୁଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି ବୋଲି କହିଛନ୍ତି କେ. ନାରାୟଣ ରାଓ ।

ବର୍ତ୍ତମାନ ଏହି ମାମଲାରେ ଆଉ ଏକ ନୂଆ ମୋଡ ସାମ୍ନାକୁ ଆସିଛି । ସେ କହିଛନ୍ତି, ମାଡ୍ରାସ, ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚାଲାଣ ହେଉଛି । ଯେତେବେଳେ କି ଜଙ୍ଗଲରୁ ଛୋଟ ଜିନିଷଟିଏ ଚୋରି ହେଲେ ଲୋକଙ୍କ ଉପରେ ଅତ୍ୟାଚାର କରା ହେଉଛି ସେଇଠି ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏଘଟଣାରୁ ଲାଗୁଛି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଧାୟକ । ଡିଏଫଓଙ୍କୁ କାହିଁକି ବଦଳି କରାଯାଉନି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସତ କଣ ସାମ୍ନାକୁ ଆସୁ ବୋଲି ଦାବି କରିଛନ୍ତି ବିଧାୟକ କେ. ନାରାୟଣ ରାଓ ।

 

 

Show More

Related Articles

Back to top button