ଖେଳ

ପାଣ୍ଡ୍ୟାଙ୍କ ପରିବାର ସହ ନୂଆବର୍ଷ ପାଳିଲେ ବିରୁଷ୍କା

ଇନଷ୍ଟାରେ ଫଟୋ ସେୟାର କଲେ କୋହଲି

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ନୂଆ ବର୍ଷ ୨୦୨୧କୁ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାଙ୍କୋଭିକ୍ ସହ ସ୍ବାଗତ କରିଛନ୍ତି । କୋହଲି ତାଙ୍କ ଇନଷ୍ଟାଗ୍ରାମରେ ଏହାର ଏକ ଫଟୋ ସେୟାର କରିଛନ୍ତି । ୨ କ୍ରିକେଟର ଏବଂ ତାଙ୍କ ପତ୍ନୀ ସହ ତାଙ୍କର କିଛି ବନ୍ଧୁ ଏକ ଡାଇନିଂ ଟେବୁଲରେ ବସିଥିବାର ଫଟୋ ସେୟାର କରିଛନ୍ତି କୋହଲି ।ଅନୁଷ୍କା ଏକ କଳା ଏବଂ ସୁନେଲୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ସହ ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ସେହି ସମାନ ଫଟୋକୁ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି ।

ସେ କ୍ୟାପସନ୍‌ରେ ଲେଖିଛନ୍ତି, ନୂଆ ବର୍ଷକୁ ବନ୍ଧୁମାନଙ୍କ ସହ ସ୍ବାଗତ । ଏହା ସହ ନୂଆ ବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ହାର୍ଦ୍ଧିକ ।ଚଳିତ ଜାନୁୟାରୀରେ ଅନୁଷ୍କା ଏବଂ ବିରାଟ ମାତା-ପିତା ହେବା ନେଇ ଆଶାବାଦୀ ଅଛନ୍ତି । ନିକଟରେ ଅନୁଷ୍କା ଶର୍ମା ଏକ ଫ୍ୟାଶନ ମାଗାଜିନ ସହିତ ମାତୃତ୍ୱ ଫଟୋ ସୁଟ୍ କରିଥିବା ନଜର ଆସିଥିଲେ । ସେ ପ୍ରଥମେ ଲକଡାଉନ୍ ସମୟରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ କିନ୍ତୁ କରୋନାଭାଇରସ୍ ଲକଡାଉନ କାରଣରୁ ସେ ଏହାକୁ ସର୍ବସମ୍ମୁଖରେ ପ୍ରକାଶ କରିନଥିଲେ । ପରେ ସେ ଏହାକୁ ସମସ୍ତଙ୍କ ସହ ସେୟାର କରିଥିଲେ । କ୍ରିକେଟ୍ ସିରିଜ ଚାଲୁ ରହିଥିବା ବେଳେ ଭାରତୀୟ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ପିତୃତ୍ବ ଅବକାଶ ପାଇଁ ଭାରତ ଫେରିଛନ୍ତି ବିରାଟ କୋହଲି ।

Show More

Related Articles

Back to top button