ଦେଶ ବିଦେଶ

ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା, ୧୩ ଜଣଙ୍କ ମୃତ୍ୟୁ

ଇସଲାମାବାଦ : ପାକିସ୍ତାନରେ ଫ୍ରାନ୍ସ ବିରୋଧୀ ହିଂସା ଗୁରୁତର ଆକାର ଧାରଣ କରିଛି । ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ହିଂସା ଧୀରେ ଧୀରେ ପାକିସ୍ତାନର ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି । ଏହି ହିଂସାକାଣ୍ଡ ଯୋଗୁଁ ପୁଲିସ ଗୁଳିରେ ୧୨ ଜଣ ଆନ୍ଦୋଳନକାରୀ ମୃତ୍ୟୁବରଣ କରିଥିବାବେଳେ ଜଣ ପୁଲିସ କର୍ମୀ  ନିହତ ହୋଇଛନ୍ତି ଓ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ସରକାର ପାକିସ୍ତାନରେ ଥିବା ନିଜର ନାଗରିକ ଓ କମ୍ପାନି କର୍ମଚାରୀମାନଙ୍କୁ ତୁରନ୍ତ ପାକିସ୍ତାନ ଛାଡ଼ିବାକୁ ପରାମର୍ଶ ଜାରି କରିଛନ୍ତି । ବିଭିନ୍ନ ବ୍ୟବସାୟିକ ବିମାନରେ ଫ୍ରାନ୍ସ ନାଗରିକମାନଙ୍କୁ ଫ୍ରାନ୍ସ ନିଆଯିବ ।

ପାକିସ୍ତାନରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଫ୍ରାନ୍ସ ସହ ବାଣିଜ୍ୟ କାରବାର ବନ୍ଦ କରିବାକୁ ମୌଳବାଦୀ ସଂସ୍ଥା ତେହେରିକ-ଇ-ଲବାଇବ ପାକିସ୍ତାନ (ଟିଏଲପି) ପକ୍ଷରୁ ଦେଶବ୍ୟାପି ଏହି ଆନ୍ଦୋଳନ କରାଯାଉଛି । ଗତ ବର୍ଷ ଫ୍ରାନ୍ସର ପ୍ୟାରିସଠାରେ ପ୍ରକାଶିତ ବିବାଦୀୟ କାର୍ଟୁନକୁ ଟିଏଲପି ପକ୍ଷରୁ ବିରୋଧ କରାଯାଉଛି । ଏହି କାର୍ଟୁନରେ ଇସଲାମର ଅବମାନନା କରାଯାଇଥିବା କୁହାଯାଉଛି ।

ଏହି ହିଂସା ପରେ ପାକିସ୍ତାନ ସରକାର ଟିଏଲପିକୁ ନିଷିଦ୍ଧ ଘୋଷଣା କରିବା ସହ ଏହାର ମୁଖ୍ୟ ସାଦ୍ ହୁସେନ ରିଜଭିଙ୍କୁ ଗିରଫ କରିଛି । ଗତ ନଭେମ୍ବର ମାସରେ ବି ଟିଏଲପି ପକ୍ଷରୁ ପାକିସ୍ତାନରେ ହିଂସାତ୍ମକ ଆନ୍ଦୋଳନ କରାଯାଇଥିଲା ।

Tags
Show More

Related Articles

Back to top button
Close