କାଳିପୂଜାମୁଖ୍ୟ ଖବର

ଦୀପାବଳି ଦିନ ଅଯୋଧ୍ୟାରେ ଲାଗିବ ୧୨ ଲକ୍ଷ ଦୀପ

ଜାଣନ୍ତୁ ସରକାରଙ୍କ ପୁରା ପ୍ଲାନ…

ସମଗ୍ର ଦେଶରେ ଏବେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୀପାବଳିକୁ ବହୁତ ବଡ ଆକାରରେ ଧୁମଧାମ ସହ ସହିତ ପାଳନ କରାଯାଏ । ବିଶେଷ କରି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଏ । ଗତ କିଛି ବର୍ଷ ଧରି, ଦିପାବଳୀ ଦିନ, ଲକ୍ଷ ଲକ୍ଷ ଦୀପ ଅଯୋଧ୍ୟା ନଗରିକୁ ଆଲୋକିତ କରାଯାଏ । ଗତ ବର୍ଷ ପରି ଏଥର ମଧ୍ୟ ଅଯୋଧ୍ୟାରେ ଏକ ନିଆରା ଦୀପାବଳି ପାଳନ କରାଯିବ। ଏହି ଦୀପାବଳିରେ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳାଯିବ। ଏଥିମଧ୍ୟରୁ ରାମଙ୍କ ପେଡି ଉପରେ ୯ ଲକ୍ଷ ଦୀପ ଏବଂ ବିଭିନ୍ନ ସ୍ଥାନରେ ୩ ଲକ୍ଷ ଦୀପ ଜଳାଯିବ। ଏହା ଏକ ନୁଆ ବିଶ୍ୱ ରେକର୍ଡ ହେବ । ତେବେ ଆଯୋଧ୍ୟାର ଦୀପାବଳି କାର୍ଯ୍ୟକ୍ରମର ପୁରା ତାଲିକା ରହିଛି। ଜାଣନ୍ତୁ ଏହି ତାଲିକା ବିଷୟରେ… ୩ ନଭେମ୍ବରରେ ଦୀପଉତ୍ସବର ମୁଖ୍ୟ କାର୍ଯ୍ୟକ୍ରମ । ଦୀପଉତ୍ସବର କାର୍ଯ୍ୟକ୍ରମ ରାତି ୨.୩୦ ରୁ ଆରମ୍ଭ ହେବ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଅପରାହ୍ନ ୨ ଟାରେ ଅଯୋଧ୍ୟାରେ ପହଞ୍ଚିବେ। ଅପରାହ୍ନ ୨.୩୦ରେ ଶ୍ରୀ ରାମ ସୀତାଙ୍କ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ଭରତ ମିଲାପ (ସାଙ୍କେତିକ) ହେବ ।

ଅପରାହ୍ନ ୩ ଟାରେ- ରାମାୟଣ ଚିତ୍ର ପ୍ରଦର୍ଶନୀରର ଉଦଘାଟନ ହେବ । ୩.୩୦ ଅପରାହ୍ନରେ ଶ୍ରୀ ରାମଙ୍କ ରାଜ୍ୟଭିଷେକ ହେବ । ୩.୪୫ ଅପରାହ୍ନରେ- ଅଯୋଧ୍ୟା ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ । ଏହା ସହ ଅପରାହ୍ନ ୪ଟାରେ – ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ଭାଷଣ ସମାରୋହ । ଅପରାହ୍ନରେ ୫.୨୦- ସରାୟୁ ଆରତୀର ଆୟୋଜନ ହେବ । ସନ୍ଧ୍ୟା ୬ଟା – ରାମଙ୍କ ପେଡିରେ ଦୀପଉତ୍ସବ ଆରମ୍ଭ ହେବ । ସନ୍ଧ୍ୟା ୬.୧୫ରେ – ରାମଙ୍କ ପେଡିରେ ୯ ଲକ୍ଷ ଦୀପ ଲାଗିବ , ଏହା ସହ ଅଯୋଧ୍ୟା ସହରରେ ୩ ଲକ୍ଷ ଦୀପ ଜଳାଯିବ । ତେବେ ଅଯୋଧ୍ୟାରେ ସମୁଦାୟ ୧୨ ଲକ୍ଷ ଦୀପ ଜଳାଯିବ । ସନ୍ଧ୍ୟା ୭ – ଯୋଗୀ ଆଦିତ୍ୟନାଥଙ୍କ ଭାଷଣ ରହିବ । ୭.୪୦ରେ – ରାମଙ୍କ ପେଡିରେ ଆୟୋଜିତ ଆତସବାଜି ଏବଂ ଲେଜର ଶୋ ହେବ । ରାତି ୮.୩୦ରେ – ଶ୍ରୀଲଙ୍କାର ସାଂସ୍କୃତିକ ଦଳ ଦ୍ୱାରା ରାମଲିଲା ମଞ୍ଚନ ହେବ । ରାତି ୯.୩୦ରେ ଏହି କାର୍ଯ୍ୟକ୍ରମ ଶେଷ ହେବ ।

Show More

Related Articles

Back to top button