ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨ଦିନ ଧରି ଲାଗିରହିବ ଘନ କୁହୁଡି

୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

୨ ଦିନ ଲାଗି ରହିବ ଘନ କୁହୁଡି। ଏ ନେଇ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ। ରାତିର ତାପମାତ୍ରା ପ୍ରାୟ ସମସ୍ତ ସ୍ଥାନରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍ ରହିବ।

ଆସନ୍ତାକାଲି ବିଭିନ୍ନ ସ୍ଥାନରେ କୁହୁଡି ପରିଲକ୍ଷିତ ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ରେ ସକାଳୁ ଘନ କୁହୁଡି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Show More

Related Articles

Back to top button