Breaking PLUSଓଡ଼ିଶାମୁଖ୍ୟ ଖବର

୩ରେ ବାତ୍ୟାର ରୂପ ନେଇପାରେ ଲଘୁଚାପ

ପବନର ବେଗ ୮୦ରୁ ୯୦ କି.ମି. ରହିବା ସମ୍ଭାବନା

ଓ୍ବେଲ୍ ମାର୍କଡ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଗୁରୁବାର ସକାଳେ ସଦୃଶ ଲଘୁଚାପରେ ପରିଣତ ହୋଇଥିବା ବେଳେ ଆସନ୍ତା ୧୨ ଘଣ୍ଟାରେ ଅବପାତରେ ରୂପାନ୍ତରିତ ହେବା ସମ୍ଭାବନା ରହିଛି । ତେବେ ଏହାର ଗତିପଥ ନେଇ ଆକଳନ ହୋଇନାହିଁ । ଅବପାତ ପରେ ଏହା ସ୍ପଷ୍ଟ ହେବ ।

ଆସନ୍ତା ୨୪ ଘଣ୍ଟା ତଥା ୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ଏକ ବାତ୍ୟାର ରୂପ ନେଇପାରେ । ୪ ତାରିଖରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ସହ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ଏବଂ ଝଟକା ପବନ ୧୦୦ ଛୁଇଁବା ସମ୍ଭାବନା ରହିଛି । ୩ ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳ ଓଡିଶାର ସମୁଦ୍ର ଯିବାକୁ ବାରଣ କରାଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

Show More

Related Articles

Back to top button