Breaking PLUSଦେଶମୁଖ୍ୟ ଖବର

ଗୁଜୁରାଟରେ ଚିହ୍ନଟ ହେଲା ଆଉ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମିତ

ଭାରତରେ ଚିହ୍ନଟ ହୋଇଛି ଆଉ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟ କରୋନା ସଂକ୍ରମିତ । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୁଜୁରାଟ ଜାମନଗରର ଜଣେ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି । ୨ ଦିନ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଜଣକ ସାଉଥ ଆଫ୍ରିକାରୁ ଗୁଜୁରାଟ ଫେରିଥିଲେ ।

ଏୟାରପୋର୍ଟରେ ଯାଞ୍ଚ ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତାଙ୍କୁ ଆଇସୋଲେସନରେ ରଖାଯିବା ସହିତ ଉକ୍ତ ବ୍ୟକ୍ତିଙ୍କ ନମୂନା ଜେନୋମ୍‌ ସିକ୍ୱେସିଂ ପାଇଁ ପଠାଯାଇଥିଲା । ତେବେ ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ ବ୍ୟକ୍ତିଜଣକ ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଛନ୍ତି ।

ପୂର୍ବରୁ ଭାରତରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିୖହ୍ନଟ ହୋଇସାରିଛନ୍ତି । କର୍ଣ୍ଣାଟକରୁ ଜଣେ ୬୬ ବର୍ଷୀୟ ଏବଂ ଆଉ ଜଣେ ୪୬ ବର୍ଷୀୟ ବ୍ୟକ୍ତି କରୋନାର ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ଚିହ୍ନଟ ହୋଇଥିବା ନେଇ ଜଣାପଡିଥିଲା । ବର୍ତ୍ତମାନ ଗୁଜୁରାଟରେ ଆଉ ଜଣେ ବ୍ୟକ୍ତି ଏହି ଭୟଙ୍କର ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡିବା ପରେ ଚିନ୍ତା ବଢିଛି । ଅବଶ୍ୟ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାରପୋର୍ଟରୁ ଚିହ୍ନଟ ହୋଇଥିବାରୁ ଅଧିକ ଜଣଙ୍କୁ ସଂକ୍ରମିତ କରିବା ଆଶଙ୍କା କମ । ତଥାପି ତାଙ୍କ ସହିତ ମିଶିଥିବା ଅନ୍ୟମାନଙ୍କୁ ଖୋଜି ସେମାନଙ୍କ ଟେଷ୍ଟ କରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Show More

Related Articles

Back to top button