Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଅଫଲାଇନ୍ ମାଟ୍ରିକ ପରୀକ୍ଷା

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଉଛି ଅଫଲାଇନ୍ ମାଟ୍ରିକ ପରୀକ୍ଷା । ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଚଳିତବର୍ଷ କରୋନା ଯୋଗୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିଲା । ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରି ଅଫ୍ ଲାଇନ୍ ପରୀକ୍ଷା ଦେଉଛନ୍ତି ।

ହାଇସ୍କୁଲ ସାର୍ଟିଫିକେଟରେ ୨୭୮ କେନ୍ଦ୍ରରେ ୬ହଜାର ୫୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ରାଜ୍ୟ ଓପନ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୨୨୨ କେନ୍ଦ୍ରରେ ୮ହଜାର ୪୯୩ଜଣ, ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।

ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ୧୨ଟା ଯାଏ ଚାଲିବ । ତେବେ ଛାତ୍ରଛାତ୍ରୀ ସକାଳ ୯ଟା ୧୫ ମିନିଟ୍‌ରୁ ସେଣ୍ଟରରେ ପ୍ରବେଶ କରିବେ । କୋଭିଡ୍ କଟକଣାରେ ପରୀକ୍ଷା ଆୟୋଜନ କରାଯାଇଛି । ହଲରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ପାର୍ଟ-୧ରେ ଅବଜେକ୍ଟିଭ୍ ଓ ପାର୍ଟ-୨ରେ ସବ୍‌ଜେକ୍ଟିଭ୍‌ ପରୀକ୍ଷା ହେବ ।

ପରୀକ୍ଷାର୍ଥୀ ପ୍ରତି ବିଷୟରେ ମୋଟ ୮୦ ନମ୍ବର ପରୀକ୍ଷା ‌ଦେବେ। ପାର୍ଟ-୧ରେ ୫୦ ନମ୍ବର ଓ ପାର୍ଟ-୨ରେ ୩୦ ନମ୍ବରର ପରୀକ୍ଷା ହେବ । ପ୍ରତି ପାର୍ଟ ଘଣ୍ଟାଏ ଲେଖାଏ କରାଯିବ । କେବଳ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ୨ଘଣ୍ଟା ୧୫ ମିନିଟ୍‌ ସମୟ । ଅଗଷ୍ଟ ୫ ତାରିଖ ଯାଏ ପରୀକ୍ଷା ଚାଲିବ । ଏହାପରେ ମୂଲ୍ୟାୟନ ପରେ ଅଗଷ୍ଟ ୨୨ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ ।

Show More

Related Articles

Back to top button