Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ମହାରାଷ୍ଟ୍ରକୁ ଅକ୍ସିଜେନ ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ, ଧନ୍ୟବାଦ ଜଣାଇଲେ ଉଦ୍ଧବ

ଭୁବନେଶ୍ୱର: ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଣ କଲେ ଓଡିଶା ସରକାର । ଦେଶରେ କୋଭିଡ ସ୍ଥିତି ଭୟାନକ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦାନ୍ୟତା ପ୍ରକାଶ କରିଛନ୍ତି । ରାଜଧାନୀ ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛନ୍ତି ଓଡିଶା ସରକାର । ସେପେଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ଧନ୍ୟବାଦ ଜଣାଇଛନ୍ତି । ବିପଦ ବେଳେ ବନ୍ଧୁତାର ହାତ ବଢାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ ଠାକେର ।

ମହାରାଷ୍ଟ୍ରରେ ଗୋଟେପଟେ ଅକ୍ସିଜେନ ସଂକଟ ଦେଖା ଦେଇଛି । ସ୍ଥିତି ଏପରି ହୋଇଛି ଯେ , ସଂକ୍ରମିତଙ୍କ ପାଇଁ ସମ୍ପର୍କୀୟ ଅକ୍ସିଜେନ ସିଲିଣ୍ଡ ଧରି ମେଡିକାଲ ଆଗରେ ଲାଇନ ଲଗାଇଛନ୍ତି । ଅନ୍ୟପଟେ ଅନେକ ହସ୍ପିଟାଲଲରେ ଅକ୍ସିଜେନ ଅଭାବ ପରିଲିଖିତ ହୋଇଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ କଥା ରଖିଛନ୍ତି ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close