ଓଡ଼ିଶା

ରାଜ୍ୟର ସବୁଠୁ ଉତ୍ତପ୍ତ ଜିଲ୍ଲା ବୌଦ୍ଧ

ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଜିଲାଗୁଡିକରେ ଗତ ୪ଦିନ ହେଲା ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ଆସୁଥିଲା। କାଳବୈଶାଖୀ ପ୍ରଭାବରେ ବୁଧବାର ସାମାନ୍ୟ ତାପମାତ୍ରା ହ୍ରାସ ପାଇଛି

ମଙ୍ଗଳବାର ୧୨ ସହରରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ ବୁଧବାର ୬ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିଛି। ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ଅନୁଗୋଳରେ ୪୧.୭, ସୋନପୁରରେ ୪୧, ତାଳଚେରରେ ୪୦.୧, ବାରିପଦା ଏବଂ ଟିଟିଲାଗଡରେ ପାରା ୪୦ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ୩୯.୨ ଏବଂ କଟକରେ ୩୭.୬ ଡିଗ୍ରୀ ତାପମାତ୍ରା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

ବିଜୁଳି ଘଡଘଡିକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ରାୟଗଡା ଏବଂ କୋରାପୁଟ ଜିଲାକୁ ହାଲୁକା ସଚେତନ (ୟେଲୋ ୱାର୍ଣ୍ଣିଂ) ଜାରି କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବଡ ଧରଣ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି କେନ୍ଦ୍ର ପୂର୍ବାନୁମାନ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ବର୍ଷା ୨୭.୪ ମି.ମି ହୋଇଥିବାବେଳେ କୋରାପୁଟରେ ୧ ମି.ମି ବର୍ଷା ହୋଇଛି।

Show More

Related Articles

Back to top button