ଓଡ଼ିଶାମୁଖ୍ୟ ଖବର

ରାଜ୍ୟର ସବୁ ଜିଲ୍ଲାରେ ହେବ ଆରଟିପିସିଆର ଲାବ୍‍

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ନଯାଉଣୁ ତୃତୀୟ ଲହର ନେଇ ଆଭାସ ମିଳି ସାରିଲାଣି। ଏହାକୁ ନେଇ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ପୁନଶ୍ଚ ଜିଲାପାଳ କ୍ଷମତା ପ୍ରଦାନ କରିଥିବାବେଳେ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ସମ୍ଭାବନା ଥିବାରୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ଡାକ୍ତର, ସେବିକା ସାଙ୍ଗକୁ ନମୁନା ପରୀକ୍ଷାଗାର ରହିଛି।

ସୂଚନା ଅନୁଯାୟୀ ରାଜ୍ୟରେ ଏବେ ଯେତିକି ସାଧାରଣ, ଶଯ୍ୟା, ସ୍ୱତନ୍ତ୍ର ଯତ୍ନକୋଠରି(ଆଇସିୟୁ) ଏବଂ ଜୀବନରକ୍ଷାକାରୀ ଯନ୍ତ୍ର(ଭେଣ୍ଟିଲେଟର) ଶଯ୍ୟା ରହିଛି ଆଗାମୀ ଦିନରେ ଏହାର ଅଧିକ ଆବଶ୍ୟକତା ପଡ଼ିବ। ସବୁପ୍ରକାର ଜଟିଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟକୁ ଆଉ ୭୮୬ ଡାକ୍ତର ଓ ୫୧୩୬ ସେବିକାଙ୍କ ଆବଶ୍ୟକ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବଦଳୀୟ ବୈଠକରେ ଦର୍ଶାଯାଇଛି।

Show More

Related Articles

Back to top button