Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୬୬୪୭ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୭୯୨ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୦୧ ହଜାର ୩୪୧ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୧୮୯ ଜଣ, ସୁନ୍ଦରଗଡ଼ରେ ୭୮୮ ଜଣ, ନୂଆପଡ଼ାରୁ ୫୫୯ ଜଣ, ପୁରୀରୁ ୩୯୫ ଜଣ,କଟକରୁ ୩୩୬ ଜଣ, କଳାହାଣ୍ଡିରୁ ୩୬୧ ଜଣ,ଝାରସୁଗୁଡ଼ାରୁ ୩୪୩ ଜଣ,ବରଗଡ଼ରୁ ୨୯୦ ଜଣ, ବଲାଙ୍ଗୀରୁ ୨୩୪ ଜଣ, ନବରଙ୍ଗପୁରରୁ ୨୨୪ ଜଣ,କେନ୍ଦୁଝରରୁ ୧୮୩ ଜଣ, ସମ୍ବଲପୁରରୁ ୧୭୫ ଜଣ, ଗଞ୍ଜାମରୁ ୧୬୧ ଜଣ,ଅନୁଗୁଳରୁ ୧୪୧ ଜଣ, ଯାଜପୁରରୁ ୧୩୩ ଜଣ, ମୟୂରଭଞ୍ଜରୁ ୧୨୨ ଜଣ, ରାୟଗଡ଼ାରୁ ୧୧୬ ଜଣ,ନୟାଗଡ଼ରୁ ୧୧୦ ଜଣ, ଗଜପତିରୁ ୯୬ ଜଣ, କୋରାପୁଟରୁ ୬୭ ଜଣ, ଜଗତସିଂହପୁରରୁ ୬୫ ଜଣ, ବାଲେଶ୍ବରରୁ ୫୩ , କେନ୍ଦ୍ରାପଡ଼ାରୁ ୪୭ ଜଣ, ଭଦ୍ରକରୁ ୪୧ ଜଣ,ବୌଦ୍ଧରୁ ୩୯ ଜଣ, ଦେବଗଡ଼ ଓ ଢ଼େଙ୍କାନାଳରୁ ୩୪ ଜଣ ଲେଖାଏଁ,ମାଲକାନଗିରିରୁ ୧୭ ଜଣ, ସେନପୁରରୁ ୨ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୨୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button