Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ, ଗତ ୨୪ ଘଣ୍ଟାରେ ୫୮୮ ନୂଆ ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪୬ଟି ।

ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୫୮୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୪୬ଟି । ଖୋର୍ଦ୍ଧାରେ ଶତକ ପାର କରିଛି ଦୈନିକ ସଂକ୍ରମଣ । ଆଜି ଚିହ୍ନଟ ହୋଇଛନ୍ତି ୧୦୫ ନୂଆ ଆକ୍ରାନ୍ତ ।

ସେହିପରି ସୁନ୍ଦରଗଡ଼ରୁ ୮୪, କଳାହାଣ୍ଡିରୁ ୬୪, ଝାରସୁଗୁଡ଼ା ଜିଲ୍ଲାରୁ ୩୧ ପଜିଟିଭ୍ ବାହାରିଛନ୍ତି । କଟକରୁ ୩୦, ନୂଆପଡ଼ାରୁ ୨୯, ସମ୍ୱଲପୁର ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୨୮ ଜଣ । ଗଞ୍ଜାମରୁ ୨୭ ପଜିଟିଭ୍ କେସ ସାମନାକୁ ଆସିଥିବା ବେଳେ ପୁରୀରୁ ୨୪, ବରଗଡ଼ରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋ଼ଟ୍ ସଂଖ୍ୟା ୩ଲକ୍ଷ ୪୩ହଜାର ୮୫୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୧୫୦ ଆକ୍ରାନ୍ତ । ଏବେ ରାଜ୍ୟରେ ୩ହଜାର ୭୩୧ଟି କରୋନା ଆକ୍ଟିଭ୍ କେସ୍ ରହିଛି । କରୋନାରେ ପ୍ରାଣ ହରାଇଛନ୍ତି ୧୯ଶହ ୨୨ ଜଣ ।

Show More

Related Articles

Back to top button