Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ, ଗତ 24 ଘଣ୍ଟା ମଧ୍ୟରେ 1282 ସଂକ୍ରମିତ ଚିହ୍ନଟ

ଓଡ଼ିଶାରେ ଭୟଙ୍କର ରୂପ ନେଉଛି କରୋନା ଭାଇରସ । ପୁଣି ଉପରମୁହାଁ କରୋନା ଗ୍ରାଫ । ପୁଣି କରୋନା କଲା ନୂଆ ରେକର୍ଡ । ଆଜି 1000 ପାର କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ।  ଗତ 24 ଘଣ୍ଟାରେ ରାଜ୍ୟରେ 1282 କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 224 ପଜିଟିଭ ଚିହ୍ନଟ ହୋଇଛନ୍ତି । ତା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ଆଜି 192 ପଜିଟିଭ ।

ରାଜ୍ୟରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ପୁଣି ଆଜି ରେକର୍ଡ ସଂଖ୍ୟକ କରୋନା ଭାଇରସ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ 1282 କରୋନା ସଂକ୍ରମିତ ଚିହ୍ନଟ ଭିତରୁ 755 କ୍ୱାରେଣ୍ଟାଇନରୁ ଓ 527 ଲୋକାଲ କେସ ରହିଛି । ଦ୍ୱିତୀୟ ସର୍ବାଧିକ ଖୋର୍ଦ୍ଧାରୁ 192 ଆକ୍ରାନ୍ତ ଚିହ୍ନଟ ବେଳେ କଳାହାଣ୍ଡିରୁ 108 ପଜିଟିଭ  ।

5 ଜିଲ୍ଲାରେ ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା 50 ଉପରେ ରହିଛି । ବରଗଡ 84, ନୂଆପଡା 82, ସମ୍ବଲପୁର 82, କଟକ 63, ମୟୂରଭଞ୍ଜ ଜିଲ୍ଲାରୁ 52 ପଜିଟିଭ । ଷ୍ଟେଟପୁଲ 45, ଝାରସୁଗୁଡା 36, ବଲାଙ୍ଗୀର 45, ଗଞ୍ଜାମ 32,  ଅନୁଗୁଳ 49,  ପୁରୀ 28, ନବରଙ୍ଗପୁର 27 ଜଣ  ଚିହ୍ନଟ ହୋଇଛନ୍ତି ।

ସେହିପରି ନୟାଗଡ 10, ସୋନପୁର 12 , ରାୟଗଡା 15, କୋରାପୁଟ 8 , କେନ୍ଦ୍ରାପଡା ଓ କେନ୍ଦୁଝର 6ଜଣ ଲେଖାଏଁ,  ଜଗତସିଂହପୁରରୁ 3 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button