Breaking PLUSଓଡ଼ିଶାମୁଖ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୪୯୮ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୋଳ ଓ ବାଲେଶ୍ୱର

ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ଅନୁଗୋଳ ଓ ବାଲେଶ୍ୱର । ଖୋର୍ଦ୍ଧାରେ ଗତକାଲି ଅପେକ୍ଷା ସାମାନ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକ, ଅନୁଗୋଳରେ ବହୁତ ବଢ଼ିଛି ।

ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୪୯୭ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୪୬୦ । ଆଜି କଟକରୁ ୧୧୦୭ ନୂଆ ସଂକ୍ରମିତ ହୋଇଥିବା ବେଳେ ଗତକାଲି ବାହାରିଥିଲା ୮୬୭ ପଜିଟିଭ୍ । ସେହିପରି ଅନୁଗୋଳରୁ ୮୬୭ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୫୨ । ବାଲେଶ୍ୱରରୁ ଗତକାଲି ୪୦୮ ଆକ୍ରାନ୍ତ ସଂକ୍ରମିତ ହୋଇଥିଲେ । ଆଜି ସଂଖ୍ୟା ୫୨୪ ଛୁଇଁଛି ।

ସୁନ୍ଦରଗଡ଼ରେ କମିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୦୩ ପଜିଟିଭ୍ କେସ୍ ସାମନାକୁ ଆସିଥିବା ବେଳେ । ଗତକାଲି ଏହି ସଂଖ୍ୟା ଥିଲା ୯୮୩ । ମୟୂରଭଞ୍ଜ ଜିଲ୍ଲାରୁ ଆଉ ୫୩୮ ସଂକ୍ରମିତ ହୋଇଛନ୍ତି । କେବଳ ଗଜପତି ଜିଲ୍ଲାରୁ ସର୍ବନିମ୍ନ ୮୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୬ଲକ୍ଷ ୫୫ହଜାର ୮୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୫ଲକ୍ଷ ୪୬ହଜାର ୬୩୧ ଆକ୍ରାନ୍ତ । ଏବେ ରାଜ୍ୟରେ ୧ଲକ୍ଷ ୬ହଜାର ୮୧୨ଟି କରୋନା ଆକ୍ଟିଭ୍ କେସ୍ ରହିଛି । ଅଧି ଟେଷ୍ଟ ହେଉଥିବାରୁ ଏବେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଗକୁ ଦୈନିକ ୭୦ହଜାର କୋଭିଡ୍ ଟେଷ୍ଟ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

Show More

Related Articles

Back to top button