ଓଡ଼ିଶାମୁଖ୍ୟ ଖବର

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି

ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ।ମାଟ୍ରିକ୍ ପରୀକ୍ଷା ପାଇଁ ୩୦% ସିଲାବସ୍ କମା ଯାଇଛି । ଅନଲାଇନ୍, ଟିଭି, ରେଡ଼ିଓ ର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ଠିକ୍‌ସେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ। ସମ୍ଭାବ୍ୟ ୭୦୦ପେଜ୍ ର ବହି ଦେବାକୁ ପ୍ରସ୍ତୁତି ହେଉଛି ଶିକ୍ଷା ବିଭାଗ ।

ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ୩୩୦୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୪୯୩୯ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୧୬୨୪ ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ୭୦% ସିଲାବସକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ଛପା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Show More

Related Articles

Back to top button