Breaking PLUSଓଡ଼ିଶାବିଧାନସଭା

ଆଜି ବି ଚାଲିପାରିଲା ନାହିଁ ବିଧାନସଭା, ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା

ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଗୃହରେ ଲାଗି ରହିଛି ବିରୋଧୀଙ୍କ ହଟ୍ଟଗୋଳ । ଆଜି ଚତୁର୍ଥ ଦିନରେ ମଧ୍ୟ ଚାଲିପାରିଲାନି ବିଧାନସଭା, ତେଣୁ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

 

ବିଧାନସଭାରେ ଚାଲିଛି ଶୀତକାଳୀନ ଅଧିବେଶନ । ହେଲେ ମମିତା ମେହେର ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରୁଛନ୍ତି ବିରୋଧୀ । ଏହାରି ମଧ୍ୟରେ ଅପରାହ୍ଣ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଯେଉଁ କାରଣରୁ ଅଧିବେଶନ ଚଳାଇବା ସମ୍ଭବ ନହେବାରୁ ଗୃହକୁ ମୁଲତବୀ ରଖାଯାଇଛି । ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

Show More

Related Articles

Back to top button