Breaking PLUSଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳରେ ହାତୀ ଆତଙ୍କ, ପୁଣି ଜଣେ ଚାଷୀଙ୍କୁ ଦଳି ମାରିଲା ହାତୀ

ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢାଉଛି ହାତୀ ଆକ୍ରମଣ । ଦୁଇ ଦିନରେ ଦୁଇଟି ଜୀବନ ନେଲେଣି । ତେବେ ମଙ୍ଗଳବାର ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ କଚାଡି ମାରିଥିବାବେଳେ ବୁଧବାର ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ଢେଙ୍କାନାଳ ଜିଲ୍ଲାରେ ଚିନ୍ତା ବଢାଉଛି ହାତୀ ଆକ୍ରମଣ । ଦୁଇ ଦିନରେ ଦୁଇଟି ଜୀବନ ନେଲେଣି । ତେବେ ମଙ୍ଗଳବାର ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ କଚାଡି ମାରିଥିବାବେଳେ ବୁଧବାର ପୁଣି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ ବୋଲି ଜଣାପଡିଛି । କାଇଁଶ ନିକଟରେ ପରିବା ଚାଷ କରିଥିବାରୁ ହାତୀ ଉପଦ୍ରବ ଯୋଗୁଁ କୁଡ଼ିଆ କରି ରମେଶ ତାଙ୍କ ପରିବାଚାଷ ଜଗୁଥିଲେ । ତେବେ ବୁଧବାର ଭୋର ସମୟରେ ସେ କୁଡ଼ିଆ ବାହାରକୁ ବହାରିଥିବାବେଳେ ପରିବା ବଗିଚାକୁ ପଶିଆସିଥିବା ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସଦର ଥାନା ପୋଲିସ ଓ ବନକର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାମୀୟ ଅଂଚଳରେ ଦୈନିକ ହାତୀଙ୍କ ଉପଦ୍ରଵକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Show More

Related Articles

Back to top button