Breaking PLUSଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

୨୦୨୧ ବର୍ଷ ପାଇଁ ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ ଘୋଷଣା

ଘୋଷଣା ହୋଇଛି ଓଡ଼ିଶା ଜର୍ଣ୍ଣାଲିଜିମ୍ ଆୱାର୍ଡ । ୨୦୨୧ବର୍ଷ ପାଇଁ କିଛି ସାମ୍ବାଦିକଙ୍କ ନାଁ ଘୋଷଣା କରାଯାଇଛି । ଦିଲ୍ଲୀର ପୁରାତନ ଓଡ଼ିଆ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପଲ୍ଲୀବାଣୀ ମିଶନ ପକ୍ଷରୁ ଏହି ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯିବ ।

ଚଳିତ ବର୍ଷ ଏହି ସମ୍ମାନ ଜନକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି କନକ ଟିଭି ସମ୍ପାଦକ ମନୋରଞ୍ଜନ ମିଶ୍ର, ନିୟୁ ଇଣ୍ଡିଆ ଏକ୍ସପ୍ରେସର ଉପଆବାସିକ ସମ୍ପାଦକ ଶିବ କୁମାର ମହାନ୍ତି, ଓଡ଼ିଶା ବାଇଟ୍ସର ସମ୍ପାଦକ ସନ୍ଦୀପ ମିଶ୍ର, ଉତ୍କଳ ମେଲ ସମ୍ପାଦକ ପୀତବାସ ମିଶ୍ର, ଗୁରୁଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟର ଜନ ସଞ୍ଚାର ବିଭାଗର ସହକାରୀ ପ୍ରଫେସର ମିହିର ରଞ୍ଜନ ପାତ୍ର ଓ ଓଟିଭିର ବରିଷ୍ଠ କ୍ୟାମେରାମ୍ୟାନ୍ ଗୋପାଳ ପ୍ରସାଦ ବର୍ମା ।

ନଭେମ୍ବର ୨୪ ବୁଧବାର ସଂଧ୍ୟାରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବର ସ୍ପିକର ହଲରେ ଏହି ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି ପୁରସ୍କାର ପ୍ରତିବର୍ଷ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ନୂଆ ଦିଲ୍ଲୀରେ ପ୍ରଦାନ କରାଯାଇଥାଏ ।

Show More

Related Articles

Back to top button