ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ, ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୬,୧୬୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୫୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୮୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୪୫୯ ଏବଂ କଳାହାଣ୍ଡିରୁ ୪୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧୩୬, ବାଲେଶ୍ୱର ୭୮, ବରଗଡ଼ ୨୩୬, ଭଦ୍ରକ ୭୧, ବଲାଙ୍ଗୀର ୨୨୬, ବୌଦ୍ଧ ୩୮, କଟକ ୩୬୦, ଦେବଗଡ଼ ୩୧, ଢେଙ୍କାନାଳ ୧୭, ଗଜପତି ୫୫, ଗଞ୍ଜାମ ୧୩୫, ଜଗତସିଂହପୁର ୬୩, ଯାଜପୁର ୧୫୪, ଝାରସୁଗୁଡ଼ା ୩୫୫, କେନ୍ଦ୍ରାପଡ଼ା ୪୮, କନ୍ଧମାଳ ୨୩, କେନ୍ଦୁଝର ୨୦୫, କୋରାପୁଟ ୪୫, ମାଲକାନଗିରି ୧୬, ମୟୂରଭଞ୍ଜ ୧୩୬, ନବରଙ୍ଗପୁର ୨୦୭, ନୟାଗଡ଼ ୯୯, ପୁରୀ ୨୮୬, ରାୟଗଡ଼ା ୧୦୫, ସମ୍ବଲପୁରରୁ ୨୨୯ ,ସୋନପୁରରୁ ୯୯ ଏବଂ ସୁନ୍ଦରଗଡ଼ରୁ ୪୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୨୪୧।