Breaking PLUSଓଡ଼ିଶାମୁଖ୍ୟ ଖବର
ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ରାଷ୍ଟ୍ରୀୟ ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର
ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ ମିଳିବ

ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର। ବୈଜ୍ଞାନିକ Dr.ଜ୍ୟୋତିର୍ମୟୀ ଦାଶ ପୁରସ୍କୃତ ହେବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ରେ। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୋଲି ସୂଚନା ମିଳିଛି। ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ପୁରସ୍କାର ପାଇବାକୁଥିବା ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜ୍ୟୋତିର୍ମୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-CSIRର ପକ୍ଷରୁ ଘୋଷଣା କରାଯାଇଛି । CSIRର ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା କରାଯାଇଛି। ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ଜ୍ୟୋତିର୍ମୟୀ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ବେଳେ ଆଇଆଇଟି କାନପୁରରୁ ସେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି।