ଓଡ଼ିଶାଭକ୍ତି

ଭାଗବତ ବାଣୀ

ହେ ପ୍ରଭୁ ! ଚିତ୍ତଶୁଦ୍ଧି ପାଇଁ ଅଭିଳାଷ ରଖିଥିବା ପୁରୁଷ ଆପଣଙ୍କର ରୂପକୁ ନିରନ୍ତର ଧ୍ୟାନ କରିବା ଆବଶ୍ୟକ । ଆପଣଙ୍କ ପ୍ରତି ଭକ୍ତି ହିଁ ସ୍ୱଧର୍ମ ପାଳନ କରୁଥିବା ପୁରୁଷକୁ ଅଭୟ ପ୍ରଦାନ କରିଥାଏ । ସ୍ୱର୍ଗ ଶାସନ କରୁଥିବା ଇନ୍ଦ୍ର ମଧ୍ୟ ଆପଣଙ୍କୁ ପାଇବାକୁ ଚାହାଁନ୍ତି ତଥା ଆପଣ ହିଁ ହେଉଛନ୍ତି ବିଶୁଦ୍ଧ ଆତ୍ମଜ୍ଞାନୀମାନଙ୍କର ଗତି । ଏପରି ଭାବରେ ଆପଣ ହେଉଛନ୍ତି ସକଳ ଦେହଧାରୀମାନଙ୍କ ନିମନ୍ତେ ଦୁର୍ଲଭ ; କେବଳ ଭକ୍ତିମାନ ପୁରୁଷ ହିଁ ଆପଣଙ୍କୁ ପାଇପାରନ୍ତି । ଆପଣ ସତ୍ ପୁରୁଷମାନଙ୍କ ନିମନ୍ତେ ମଧ୍ୟ ଦୁର୍ଲଭ ; କେବଳ ଭକ୍ତି ଛଡା ଅନ୍ୟ କୌଣସି ସାଧନାଦ୍ୱାରା ଆପଣଙ୍କୁ ପ୍ରସନ୍ନ କରିପାରିବା ଦୁଃସାଧ୍ୟ । କିନ୍ତୁ ଆପଣଙ୍କୁ ଭକ୍ତିଦ୍ୱାରା ପ୍ରସନ୍ନ କରିବା ପରେ , କିଏ ଅବା ଆପଣଙ୍କ ଚରଣତଳ ଛଡ଼ା ଅନ୍ୟ କିଛି ବସ୍ତୁ ଚାହିଁବ ! ଆପଣଙ୍କର ଚରଣ ସକଳ ପାପରାଶି ହରଣ କରିନିଏ । ଯେଉଁମାନେ ଆପଣଙ୍କର କୀର୍ତ୍ତି ଓ ତୀର୍ଥରେ ଆନ୍ତରିକ ଓ ବାହ୍ୟ ସ୍ନାନ କରି ମାନସିକ ଓ ଶାରୀରିକ ଉଭୟପ୍ରକାର ପାପ ଧୋଇଦେଇଛନ୍ତି,ଯେଉଁମାନେ ଜୀବମାନଙ୍କ ପ୍ରତି ଦୟା କରନ୍ତି, ଯେଉଁମାନଙ୍କ ଚିତ୍ତ ରାଗଦ୍ଵେଷଶୂନ୍ୟ ତଥା ଯେଉଁମାନେ ସରଳତା ଆଦି ଗୁଣମାନଙ୍କରେ ଯୁକ୍ତ, ଆପଣଙ୍କର ସେହି ଭକ୍ତମାନଙ୍କର ସଙ୍ଗ ଆମକୁ ସର୍ବଦା ପ୍ରାପ୍ତ ହେଉ । ଏହା ହିଁ ହେବ ଆମ ପ୍ରତି ଆପଣଙ୍କର ବିଶେଷ କୃପା ।

Show More

Related Articles

Back to top button