Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଟଳିଲା ମଧ୍ୟମ ଧରଣର ବନ୍ୟା ଆଶଙ୍କା

ରାଜ୍ୟରେ ଟଳିଛି ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୁଚନା ଦେଇଛନ୍ତି । ଏବେ କେବଳ ଛୋଟ ଧରଣର ବନ୍ୟା ଆସିଛି ତେଣୁ କୌଣସି ବିପଦ ନାହିଁ । ଅନ୍ୟପଟେ ମହାନଦୀ, ବ୍ରାହ୍ମଣୀ, ବୈତରଣୀରେ ଜଳସ୍ତର କମିବାରେ ଲାଗିଛି । ହୀରାକୁଦ ରୁ ଆଉ ବନ୍ୟାଜଳ ଛଡ଼ାଯିବ ନାହିଁ । ଧୀରେ ଧୀରେ ହୀରାକୁଦର ଗେଟ୍ ବନ୍ଦ ହେବ । ସେହିପରି ମୁଣ୍ଡୁଳୀରେ ଆଉ ଜଳ ପ୍ରବାହ ବଢ଼ିବ ନାହିଁ । ଜଳ ପ୍ରବାହ ୬ ଲକ୍ଷ ୭୬ ହଜାରରୁ ଅଧିକ ହେବ ନାହିଁ ।

Show More

Related Articles

Back to top button