ସ୍ୱାସ୍ଥ୍ୟ

ପ୍ରତିଦିନ ଖାଇବାକୁ ପଡିବ ନାହିଁ ବିପି ମେଡିସିନ

ଏହିସବୁ ଅଭ୍ୟାସ କୁ ନିୟମିତ ପାଳନ କରନ୍ତୁ

ହାଇ ବ୍ଲଡ଼ ପ୍ରେସର୍ କୁ ଶାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପ ର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍ ର କାରଣ ହୋଇଥାଏ ।

ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା ।

* ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ସପ୍ତାହକୁ ନିହାତି କିଛି ମାତ୍ରାରେ ଓଜନ ହ୍ରାସ ହେବା ଆବଶ୍ୟକ । ଗବେଷଣା ରୁ ଜଣାପଡିଛି ଯେ ଓଜନ ବୃଦ୍ଧି ରକ୍ତଚାପ ଓ ହାର୍ଟ ଅଟାକ୍ ର ଗୋଟିଏ ମୁଖ୍ୟ କାରଣ ଅଟେ ।

* ଉଚ୍ଚ ରକ୍ତଚାପ ରୋଗୀ ମାନେ ପ୍ରୋସେଶ୍ ଫୁଡ୍ ନିୟମିତ ଖାଇବା ଉଚିତ୍ ନୁହେଁ । ଏଥିରେ ଲୁଣ ଓ ଚିନିର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ।

* ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ର ପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ । ଧିମ୍ର ପାନ ଅସ୍ଥାୟୀ ଭାବରେ ରକ୍ତଚାପ କୁ ବୃଦ୍ଧି କରିଥାଏ ।

* ସମସ୍ତଙ୍କ ଜୀବନରେ ପ୍ରାୟ ଚିନ୍ତା ସବୁବେଳେ ନଚେତ୍ ବେଳେବେଳେ ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ରକ୍ତଚାପ ବୃଦ୍ଧି ହେବା ଗୋଟିଏ ସାଧାରଣ ଲକ୍ଷଣ ଭାବରେ ଦେଖା ଦେଇଥାଏ । ତେଣୁ ଚିନ୍ତା ଓ ମାନସିକ ଚାପ ସର୍ବଦା ନିୟନ୍ତ୍ରିତ କରିବା ଉଚିତ୍ ।

* ଉଚ୍ଚ ରକ୍ତଚାପ ରୋଗୀ ମାନେ ମଦ୍ୟପାନ କରିବା ଉଚିତ୍ ନୁହେଁ । ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆବଶ୍ୟକ ।

* ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଡ଼ାର୍କ୍ ଚକୋଲେଟ୍ ଗୋଟିଏ ଭଲ ମାଧ୍ୟମ । ତେଣୁ ଏହାକୁ ଆପଣ ଖାଇ ପାରିବେ । ଯଦି ଆପଣ ନିୟମିତ ଭାବରେ କଞ୍ଚା ରସୁଣ ସେବନ କରିବେ ତେବେ ଏହା ରକ୍ତଚାପ କୁ ନିୟନ୍ତ୍ରିତ କରିଥାଏ ।

Show More

Related Articles

Back to top button