ବଲିଉଡ

ଋଷିଙ୍କୁ ମନେ ପକାଉଛନ୍ତି ପତ୍ନୀ ନୀତୁ କପୁର

ବଲିଉଡର ଲେଜେଣ୍ଡାରୀ ଅଭିନେତା ଥିଲେ ଋଷି କପୁର । ଯାହାଙ୍କ ଶୂନ୍ୟ ସ୍ଥାନ କେବେ କେହି ପୁରା କରିପାରିବେନି । ତାଙ୍କ ଦେହାନ୍ତକୁ ୧ ବର୍ଷ ବିତିଗଲାଣି କିନ୍ତୁ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ନୀତୁ କପୁର ତାଙ୍କୁ ବହୁତ ମନେ ପକଉଛନ୍ତି ।  ଆଜି ଋଷି କପୁରଙ୍କ ଜନ୍ମଦିନ, ଏହି ଅବସରରେ ତାଙ୍କ ପତ୍ନୀ ନୀତୁ କପୁର ତାଙ୍କୁ ମନେପକାଇ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏହି ପୋଷ୍ଟକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ପୂର୍ବରୁ ପୁରୁଣା ଛୁଟି ସମୟରେ ଋଷି କପୁରଙ୍କ ସହ ବିତେଇଥିବା ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ବଲିଉଡର ସେଲିବ୍ରେଟି ଏବଂ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ସେମାନଙ୍କୁ ମନେ ପକାଇ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ନିତୁ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହିତ ସେ ଏକ ଭାବପ୍ରବଣ ନୋଟ୍ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ‘NYC ରେ ମୋର ଗତ କିଛି ଯନ୍ତ୍ରଣାଦାୟକ ସମୟ ଥିଲା । ସେହି ସମୟରେ ମୁଁ ଋଷି ଜୀଙ୍କ ଠାରୁ ବହୁତ କିଛି ଶିଖିବାକୁ ପାଇଲି ।

ଆମେ ଏକାଠି ସପିଂ କଲୁ, ହସିଲୁ, କେମୋଥେରାପିରେ ସେ ଭଲ ହୋଇଯିବେ ବୋଲି ଆଶା କରି କିଛି ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତ ଅନୁଭବ କରିଥିଲୁ । ଏହି ଆଶା ସେହି ସମୟରେ ମୋତେ ଶକ୍ତିଶାଳୀ କରେଇଥିଲା । ଏହା ସହିତ ନିତୁ ଲେଖିଛନ୍ତି ଯେ ଆମେ ସମସ୍ତେ ତାଙ୍କୁ ମନେପକାଉଛୁ । ମୁଁ କଳ୍ପନା କରିପାରୁଛି ଯେ ସେ ତାଙ୍କର ୬୯ତମ ଜନ୍ମଦିନ ପାଇଁ କେତେ ଉତ୍ସାହିତ ହୋଇଥାନ୍ତେ । ଜନ୍ମ ଦିନର ଅନେକ ଶୁଭେଚ୍ଛା କପୁର ସାହାବ୍‌ ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

ନୀତୁ କପୁର ଶେଷ ଥର ପାଇଁ ୨୦୧୩ରେ ଫିଲ୍ମ ‘ବେସରାମ’ରେ ଋଷି କପୁର ଏବଂ ରଣବୀର କପୁରଙ୍କ ସହ ନଜର ଆସିଥିଲେ । ଏଥି ସହିତ ସେ ବର୍ତ୍ତମାନ ରାଜ ମେହେଟ୍ଟାଙ୍କ ଆଗାମୀ ଫିଲ୍ମ ‘ଜଗ୍ ଜଗ୍ ଜିଓ’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନିଲ କପୁର ଏବଂ ବରୁଣ ଧୱନ ଏବଂ କିଆରା ଆଡଭାନୀ ନଜର ଆସିବେ ।

Show More

Related Articles

Back to top button