ଓଡ଼ିଶା

ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ, ସହରକୁ ଶୂନଶାନ କରି ଭୂତାଣୁର ବଳ ଭାଙ୍ଗିବାକୁ ପ୍ରୟାସ

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଠୋର ହୋଇଛନ୍ତି ସରକାର । ସହରକୁ ଶୂନଶାନ କରି ଭୂତାଣୁର ବଳ ଭାଙ୍ଗିବାକୁ ସରକାର କରିଛନ୍ତି ପ୍ରୟାସ । ଆଜିଠୁ ସାରା ରାଜ୍ୟରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଜାରି ଥିବା ବେଳେ ଅନ୍ୟସବୁ ଜିଲ୍ଲାର ସହରାଞ୍ଚଳରେ ଜାରିହୋଇଛି ନାଇଟ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ ଯାଏ ଶୂନଶାନ ରହିବ ସହରାଞ୍ଚଳ । ତେବେ ଟ୍ବିନ ସିଟିରେ କର୍ଫ୍ୟୁ ସହ ଜାରି ହୋଇଛି ୧୪୪ ଧାରା । ତେବେ ସୀମାନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ଟା ଯାଏ ଜାରି ହୋଇଛି କର୍ଫ୍ୟୁ ।

ସମସ୍ତ ସହରାଞ୍ଚଳରେ ପୋଲିସ ଚେକିଂ ଜୋରଦାର କରାଯାଇଛି । ମାଇକ୍‌ ଦ୍ବାରା ସମସ୍ତଙ୍କୁ ସତର୍କ କରାଯାଇଥିବା ବେଳେ ଅମାନିଆଙ୍କୁ ନିସ୍ତାର ନାହିଁ ବୋଲି କହିଛି ପୋଲିସ । ରାଜଧାନୀକୁ ୩ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ଡିଏସପି ପାହ୍ୟାର ୩ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ । ୨୫ଟି ସ୍ଥାନରେ ଚେକିଂ ପଏଣ୍ଟ କରିଛି ପୋଲିସ । କଟକ ସହରରେ ସହରରେ 10 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ 23ଟି ଚେକ ପୋଷ୍ଟ କରାଯାଇଛି । ପାଟ୍ରୋଲିଂ ଓ ପିସିଆର ଟିମ ମୁତୟନ ହେବା ସହ ମାଇକରେ ପ୍ରଚାର ବ୍ୟବସ୍ଥା କରାଯାଇଛି । ନାଇଟକର୍ଫ୍ୟୁ ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Tags
Show More

Related Articles

Leave a Reply

Your email address will not be published. Required fields are marked *

Back to top button
Close