ଦେଶଦେଶ ବିଦେଶସ୍ୱତନ୍ତ୍ର

ୟୁଟ୍ୟୁବରେ ଯୋଡି ହେବାକୁ ଯାଉଛି ନୂଆ ଫିଚର,ୟୁଜର୍ସଙ୍କୁ ମିଳିବ ଅନେକ ଫାଇଦା

ବିଶ୍ୱରେ ଟ୍ୟୁବ୍ ଏକ ଲୋକପ୍ରିୟ ପ୍ଲାଟଫର୍ମ । ଏହା ମାଧ୍ୟମରେ ପ୍ରତ୍ୟକ ମନୁଷ୍ୟ ନିଜର ଟ୍ୟାଲେଣ୍ଟକୁ ଲୋକଲୋଚନକୁ ଆଣିବା ସହିତ କିଛି ରୋଜଗାର ମଧ୍ୟ କରୁଛନ୍ତି । ଏହା ଏମିତି ଏକ ଆପ୍ , ଆଣ୍ଡ୍ରଏଡଠୁ ଆରମ୍ଭ କରି ଆଇଫୋନ୍, ଲାପଟପ୍ ,ଟାବଲେଟ୍ ପର୍ଯ୍ୟନ୍ତ ପ୍ରତି ଡିଭାଇସରେ ସହଜରେ ଉପଲବ୍ଧ ।

ସେହିପରି କମ୍ପାନୀ ନିଜ ଫିଚର୍ସରେ ମଧ୍ୟ ଅପଡେଟ୍ କରିଥାଏ । ତେବେ ବର୍ତ୍ତମାନ କମ୍ପାନୀ ଏକ ନୂଆ ଫିଚର ଯୋଡିବାକୁ ଯାଉଛି। ଏହା ଦ୍ୱାରା ୟୁଜର୍ସଙ୍କୁ ଅନେକ ଫାଇଦା ମିଳିବ । ଏହି ଖାସ୍ ଫିଚର ହେଉଛି ଏମ୍ବିଏଟ୍ ମୋଡ୍ । ଏହି ଫିଚରକୁ ନେଇ ନିଜେ ଆଲ୍ଫାବେଟର ବସ୍ ସୁନ୍ଦର ପିଚାଇ ଏସମ୍ପର୍କରେ ବିଶ୍ୱକୁ ଜଣାଇଛନ୍ତି । ଏହା ୟୁଜର୍ସଙ୍କ ଭିୟୁଇଂ ଏକ୍ସପ୍ରିୟନ୍ସକୁ ଅଧିକ ଦମଦାର କରିପାରିବ ।

କମ୍ପାନୀ ଏହି ଫିଚର ଆଣିବାର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ଆପଣଙ୍କ ଭିୟ୍ୟୁଇଂ ଏକ୍ସପ୍ରିୟନ୍ସକୁ ଉତ୍ତମ କରିବା । ୟୁଟ୍ୟୁବ୍ ଏମ୍ବିଏଣ୍ଟ ମୋଡକୁ ମାନୁଆଲି ଆରମ୍ଭ କରିହେବ । ଥରେ ଆରମ୍ଭ ହେବା ପରେ ଆପଣଙ୍କୁ କେବଳ ୟୁଟ୍ୟୁବରେ ଭିଡିଓ ଚଳାଇବାକୁ ହେବ । ଏହି ଏମ୍ବିଏଣ୍ଟ୍ ମୋଡ୍ ଡାଏନାମିକ୍ ହୋଇଥାଏ ଅର୍ଥାତ୍ ଏହା ଚାଲୁଥିବା ଭିଡିଓକୁ କଲର ଅନୁସାରେ ଅଟୋମେଟିକ୍ କଷ୍ଟମାଇଜ୍ଡ ହୋଇଯାଏ । ଏଥିରେ ୟୁଜର୍ସଙ୍କୁ ଉତ୍ତମ ଭିୟ୍ୟୁଇଂ ଅନୁଭବ ମିଳିବ । ଆପଣଙ୍କୁ ଧ୍ୟାନ ରଖିବାକୁ ହେବ କି ଏହି ଫିଚର କେବଳ ଡାର୍କ ମୋଡ ସହିତ କାମ କରିଥାଏ ।

 

Show More

Related Articles

Back to top button