ଆରବିଆଇର ବଡ ନିଷ୍ପତି, ବଦଳିଯିବ ଚେକ୍ ପେମେଣ୍ଟ କରିବାର ନିୟମ
ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 2021 ଜାନୁୟାରୀ ପହିଲାରୁ ଚେକ୍ ପାଇଁ ଏକ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥା ଲାଗୁ ହେବ ।

ବ୍ୟାଙ୍କ ଠକେଇକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 2021 ଜାନୁୟାରୀ ପହିଲାରୁ ଚେକ୍ ପାଇଁ ଏକ ପଜିଟିଭ ପେ ସିଷ୍ଟମ ବ୍ୟବସ୍ଥା ଲାଗୁ ହେବ ।
ପଜିଟିଭ୍ ପେ ସିଷ୍ଟମ୍ ଅଧୀନରେ 50,000 ଟଙ୍କାରୁ ଅଧିକ ପେଡ୍ ହୋଇଥିବା ଚେକ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଲାଗୁ ହେବ । ଏହି ସିଷ୍ଟମରେ ଚେକ୍ ପ୍ରଦାନକାରୀଙ୍କୁ ଏସଏମଏସ, ମୋବାଇଲ୍ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ଏଟିଏମ୍ ପରି ଇଲେକ୍ଟ୍ରୋନିକ୍ ମାଧ୍ୟମରୁ ଚେକ୍ ବିଷୟରେ କିଛି ସର୍ବନିମ୍ନ ବିବରଣୀ ଦେବାକୁ ପଡିବ ।
ସେଥିରେ ହିତାଧିକାରୀଙ୍କ ନାମ, ଦେୟ ପରିମାଣ ଓ ତାରିଖ ବିଷୟରେ ସୂଚନା ଦେବାକୁ ପଡିବ । ଦେୟ ପାଇଁ ଚେକ୍ ଉପସ୍ଥାପନ କରିବା ପୂର୍ବରୁ ଏହି ବିବରଣୀଗୁଡିକ ଯାଞ୍ଚ କରାଯିବ । ବ୍ୟତିକ୍ରମ ରହିଲେ ପେମେଣ୍ଟ ବ୍ୟାଙ୍କ ଏବଂ ଉପସ୍ଥାପନକାରୀ ବ୍ୟାଙ୍କକୁ ସୂଚନା ଦିଆଯିବ । ଏହାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନିଆଯିବ ।
ଆରବିଆଇ ଅନୁଯାୟୀ, ଏହି ସୁବିଧା ଉପଯୋଗ କରିବା ନିଷ୍ପତ୍ତି ଆକାଉଣ୍ଟଧାରୀଙ୍କ ଉପରେ ନିର୍ଭରଶୀଳ । ତେବେ 5 ଲକ୍ଷ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ପରିମାଣର ଚେକ୍ ପାଇଁ ବ୍ୟାଙ୍କଗୁଡିକ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରିପାରିବେ। ଏହି ବ୍ୟବସ୍ଥା ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି ।
ଗ୍ରାହକମାନଙ୍କୁ ଏସଏମଏସ ମାଧ୍ୟମରେ ଏ ବିଷୟରେ ଅବଗତ କରାଇବାକୁ କୁହାଯାଇଛି। ଏହା ସହିତ ବ୍ୟାଙ୍କଗୁଡ଼ିକ ସେମାନଙ୍କର ଶାଖା, ଏଟିଏମ୍ ଏବଂ ସେମାନଙ୍କର ୱେବସାଇଟ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବେ ।