Breaking PLUSଦେଶମୁଖ୍ୟ ଖବର

ମୁମ୍ୱାଇରୁ ପୁଣି ବାହାରିଲେ ଓମିକ୍ରନ ପଜିଟିଭ୍‌

ମହାରାଷ୍ଟ୍ରରୁ ପୁଣି ଚିହ୍ନଟ ହୋଇଛନ୍ତି ୨ ଜଣ ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମିତ । ପ୍ରଥମେ ସେଠାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସନ୍ତାକାଲି ଆଉ ୭ ଜଣ ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏକାଥରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଥିବା ବେଳେ ଆଜି ୨ ଜଣ ଆକ୍ରାନ୍ତଙ୍କୁ ନେଇ ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ଏ ନେଇ ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ମହାରାଷ୍ଟ୍ରରେ ୭ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଚିନ୍ତା ବଢିଥିଲା । କିନ୍ତୁ ଆଜି ଆହୁରି ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଭାରତରେ ମୋଟ ୫ ଜଣ ଏହି ଭୟଙ୍କର ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିଲେ । କର୍ଣ୍ଣାଟକରୁ ୨ ଜଣ, ଗୁଜୁରାଟ ଜାମନଗରରୁ ଜଣେ, ଦିଲ୍ଲୀରୁ ଜଣେ ଏବଂ ମୁମ୍ବାଇରେ ଜଣେ ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଆସନ୍ତାକାଲି ମହାରାଷ୍ଟ୍ରରୁ ଏକାବେଳେ ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିଲା । କେବଳ ମହାରାଷ୍ଟ୍ରରେ ଏବେ ୧୦ ଜଣ ଓମିକ୍ରନ୍‌ ଆକ୍ରାନ୍ତ ରହିଛନ୍ତି ।

Show More

Related Articles

Back to top button