Breaking PLUSବଲିଉଡସେଲିବ୍ରିଟି

ପ୍ରଥମ ଦିନରେ ୪ କୋଟି ରୋଜଗାର କଲା ଫିଲ୍ମ ‘ତଡ଼ପ’

ନବାଗତ ଆହାନ ସେଟ୍ଟୀ ଓ ତାରା ସୂତାରିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଡ଼ପ’ ପ୍ରଥମ ଦିନରେ ଚାରି କୋଟି ଟଙ୍କାର ବ୍ୟବସାୟିକ ସଫଳତା ପାଇଛି । ସୂର୍ଯ୍ୟବଂଶୀ, ବଣ୍ଟି ଔର୍ ବବଲୀ, ସତ୍ୟମେବ ଜୟତେ-୨ ଏବଂ ଅନ୍ତିମ: ଦ ଫାଇନାଲ ଟ୍ରୁଥ୍ ପରେ ମିଲନ ଲୁଥାରିଆଙ୍କ ନିର୍ଦ୍ଦେଶିତ ‘ତଡ଼ପ’ ସାରାବିଶ୍ୱରେ ପାଖାପାଖି ୧୬୦୦ଟି ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେଉଛି ।

ଆହାନ ଓ ତାରାଙ୍କ ଭଳି ନବାଗତ ତାରକାମାନଙ୍କୁ ନେଇ ଯଦି ଚଳଚ୍ଚିତ୍ର ‘ତଡ଼ପ’ ଏଭଳି ଆଶାତୀତ ସଫଳତା ପାଉଛି, ତେବେ ସଲମାନ୍, ଅକ୍ଷୟ କୁମାର, ଅଜୟ ଦେବଗନ୍, ଶାହାରୁଖ, ସୈଫ୍, ହ୍ରିତିକ୍, ରଣବୀର କପୁର ଓ ରଣବୀର ସିଂହଙ୍କ ପରି ତାରକାମାନଙ୍କ ଚଳଚ୍ଚିତ୍ର କିଭଳି ସଫଳତା ପାଇବ ଆପଣ ଭାବନ୍ତୁ ।

ଲକ୍‌ଡାଉନ୍ ପରେ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏହା ମାହେନ୍ଦ୍ର ବେଳା ନୁହେଁ ତ ! ଜଣାପଡ଼ିଛି କି ‘ସୂର୍ଯ୍ୟବଂଶୀ’ ଓ ‘ଅନ୍ତିମ’ ଯଦି ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହନ୍ତି, ତେବେ ୨୦୨୧ରେ ମୁକ୍ତିଲାଭ କରିଥିବା ଅନ୍ୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ତଡ଼ପ’ ତୃତୀୟ ସ୍ଥାନରେ ରହିବ । ଏହା ଭିତରେ ବି ରୁହି, ମୁମ୍ବାଇ ସାଗା, ବଟମ୍, ବଣ୍ଟି ଔର ବବଲୀ-୨ ଓ ସତ୍ୟମେବ ଜୟତେ-୨ ଭଳି ବିଗ୍ ବଜେଟର ସିନେମା ମଧ୍ୟ ରିଲିଜ କରିଛି । ଏଗୁଡ଼ିକ କିନ୍ତୁ ‘ଅନ୍ତିମ’ ତୁଳନାରେ ପ୍ରାୟ ୨୦ ପ୍ରତିଶତ ବ୍ୟବସାୟିକ ସଫଳତାର ପଛରେ ରହିଛନ୍ତି ।

Show More

Related Articles

Back to top button